Gujarat Fake IAS Officer: IAS ଓ ଡେପୁଟି କଲେକ୍ଟର ପରିଚୟ ଦେଇ ୭.୭୦ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ
ଗୁଜରାଟ: ଗୁଜରାଟର ଆଣନ୍ଦରେ ନିଜକୁ IAS ଅଧିକାରୀ ଏବଂ ଡେପୁଟି କଲେକ୍ଟର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ରୌନକ ସୁଧୀର କ୍ରିଷ୍ଟିଆନଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଅନୁସାରେ, ଅଭିଯୁକ୍ତ ଜଣକ ନକଲି ସରକାରୀ ପରିଚୟପତ୍ର ଦେଖାଇ ନୀରଜ ପଟେଲ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ।
ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଦୁଇଜଣଙ୍କଠାରୁ ମୋଟ ୭.୭୦ ଲକ୍ଷ ଟଙ୍କା ନେଇଥିବା ପୁଲିସ କହିଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ପୁଲିସ ରୌନକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଲାପଟପ୍, ମୋବାଇଲ୍ ଫୋନ୍, ପ୍ରିଣ୍ଟର, ନକଲି ପରିଚୟପତ୍ର, ସରକାରୀ ଷ୍ଟାମ୍ପ୍ ଏବଂ ବିଭିନ୍ନ ଦସ୍ତାବିଜ ଜବତ କରାଯାଇଛି।
ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ କେବେଠାରୁ ଏଭଳି ଠକେଇ କରୁଥିଲେ ଏବଂ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ କରୁଛି।

