Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Action on Blinkit : ଖରାପ ବ୍ରେଡ୍ ନେଇ ଅଭିଯୋଗ ପରେ Blinkit ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ଲାଗିଲା ୧୦ ହଜାର ଟଙ୍କା ଜରିମାନା

ଗୁଜରାଟ: ସୁରତର ବେସୁ ଅଞ୍ଚଳରେ Blinkit ମାଧ୍ୟମରେ ମଗାଯାଇଥିବା ବ୍ରେଡ୍ ଖରାପ ଥିବା ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଖରାପ ବ୍ରେଡ୍‌କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସୁରତ ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ପ୍ରାୟ ୨ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

ଏହି ମାମଲାରେ Blink Commerce Private Limited ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ଘଟଣା ପରେ ଅନଲାଇନ୍‌ ମାଧ୍ୟମରେ ଖାଦ୍ୟ ଓ ଦୈନନ୍ଦିନ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ମଧ୍ୟରେ ଗୁଣବତ୍ତା ଯାଞ୍ଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Blinkit ନିଜ ୱେବସାଇଟ୍‌ରେ ମଧ୍ୟ କହିଛି ଯେ, ଖରାପ, ତ୍ରୁଟିପୂର୍ଣ୍ଣ କିମ୍ବା ମିଆଦ ଶେଷ ହୋଇଥିବା ସାମଗ୍ରୀ ପାଇଁ ଗ୍ରାହକ ଅଭିଯୋଗ କରିପାରିବେ ଏବଂ ଆବଶ୍ୟକ ହେଲେ ସମସ୍ୟାର ପ୍ରମାଣ ଭାବେ ଫଟୋ କିମ୍ବା ଭିଡିଓ ଦେବାକୁ ପଡ଼ିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ