Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ମୋ ଘର ସଚେତନତା ରଥର ଶୁଭାରମ୍ଭ

ବୀରମହାରାଜପୁର : ରାଜ୍ୟ ସରକାରଙ୍କ ମୋ’ ଘର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ରଥ ପରିକ୍ରମା ଆରମ୍ଭ ହୋଇଛି । ରାଜ୍ୟରେ ଗରୀବ ଲୋକଙ୍କୁ ଗୃହ ନିର୍ମାଣ ରେ ସହଯୋଗ କରିବା ପାଇଁ ମୋ ଘର ଯୋଜନା କରିଛନ୍ତି।

ଏହି ଯୋଜନାରେ ନୂତନ ଗୃହ ନିର୍ମାଣ , ସଂପ୍ରସାରଣ , ଉନ୍ନତି କରଣ ଓ ସଂମ୍ପୂର୍ଣକରଣ କରିବା ପାଇଁ ଯେପରି ଅଧିକରୁ ଅଧିକ ହିତାଧିକାରୀ ଆବେଦନ କରିବେ ଏବଂ ଏହି ଯୋଜନାରୁ ଲାଭ ଉଠାଇବେ ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଉକ୍ତ ରଥ ବୁଲିବ।
ଏନେଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରୁ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦି, ଚମ୍ପମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ରଥ ବ୍ଲକର ସମସ୍ତ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ। ମୋ ଘର ଯୋଜନାର ସଫଳ ରୂପାୟନ ପାଇଁ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକର ସମସ୍ତ ଅଧିକାରୀ ଙ୍କୁ ନେଇ ଏକ ବୈଠକ ମଧ୍ୟ କରାଯାଇଛି। ଯେଭଳି ଭାବରେ ଉକ୍ତ ଯୋଜନା ସଫଳ ରୂପାୟନ ହୋଇପାରିବ ସେନେଇ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ