Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Police Encounter: ପରିବାରିକ ବିବାଦରୁ ଗୁଳିକାଣ୍ଡ, ସ୍ତ୍ରୀ-ପୁରୋହିତଙ୍କ ସମେତ ୪ ମୃତ; ପୁଲିସ ଗୁଳିରେ ଅଭିଯୁକ୍ତ ନିହତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଆଜମଗଡ଼ରେ ଶାନ୍ତି ପୂଜାକୁ କେନ୍ଦ୍ର କରି ଘଟିଥିବା ବିବାଦ ଭୟଙ୍କର ରୂପ ନେଇଛି। ଅହରୌଲା ଥାନା ଅଧୀନ ଶମ୍ଭୁପୁର ଗହଜୀ ଗାଁରେ ଅରବିନ୍ଦ ସିଂହ ନାମକ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ସ୍ତ୍ରୀ ବବିତା, ଦୁଇ ପୁରୋହିତ ମହେନ୍ଦ୍ର ପାଠକ ଓ ଅଖିଳେଶ ମିଶ୍ରଙ୍କ ସମେତ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣା ପରେ ଅଭିଯୁକ୍ତ ତାଙ୍କ ଝିଅ ଓ ଶିଶୁ କନ୍ୟାଙ୍କ ସହ ଘରର ଏକ କୋଠରୀରେ ରହିଥିଲେ। ଖବର ପାଇ ପୁଲିସ ଓ ଏଟିଏସ୍‌ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘରକୁ ଘେରାଉ କରିଥିଲେ। ଆତ୍ମସମର୍ପଣ ପାଇଁ ଅଭିଯୁକ୍ତଙ୍କୁ ବୁଝାଇବା ସତ୍ତ୍ୱେ ସେ ପୁଲିସ ଉପରକୁ ଗୁଳି ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ପରେ ପୁଲିସର ପ୍ରତିଗୁଳିରେ ସେ ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ଅରବିନ୍ଦଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୂଜାକୁ ନେଇ ପରିବାରରେ ପୂର୍ବରୁ ବିବାଦ ଥିବା କୁହାଯାଉଥିବାବେଳେ, ଗୁଳିକାଣ୍ଡର ସମ୍ପୂର୍ଣ୍ଣ କାରଣ ଓ ଘଟଣାକ୍ରମ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ