Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Supreme Court Hindi PIL: ସୁପ୍ରିମକୋର୍ଟରେ ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ PIL , ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହିନ୍ଦୀକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା (PIL)କୁ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆବେଦନରେ କେନ୍ଦ୍ର ସରକାରଙ୍କୁ ଏକ କମିଶନ ଗଠନ କରି, ସୁପ୍ରିମକୋର୍ଟରେ ହିନ୍ଦୀକୁ ସରକାରୀ ଭାଷା ଭାବେ ବ୍ୟବହାର ନେଇ ସୁପାରିସ କରିବାକୁ ଦିଗନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ବ୍ରହ୍ମେଶ୍ୱର ନାଥ ମିଶ୍ର ଏହି PIL ଦାଖଲ କରିଥିଲେ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଭାଷା ସମ୍ପର୍କିତ ସଂସ୍କାର ପ୍ରଶାସନିକ ସ୍ତରରେ ଧୀରେଧୀରେ ଏବଂ ପର୍ଯ୍ୟାୟକ୍ରମେ କରାଯାଉଛି। CJI ସୂର୍ଯ୍ୟକାନ୍ତ କହିଥିଲେ ଯେ, କୋର୍ଟ ଏବେ ନିଜର ବିଭିନ୍ନ ରିପୋର୍ଟର ସଂକ୍ଷିପ୍ତ ବିବରଣୀ ହିନ୍ଦୀରେ ଦେଉଛି ଏବଂ ଆଗକୁ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବ। ଦେଶର ଭାଷାଗତ ବିବିଧତା ଓ ଆଞ୍ଚଳିକ ଭାଷାଗୁଡ଼ିକୁ ସମ୍ମାନ ଦେବା ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱ ଦେଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଓକିଲ କେନ୍ଦ୍ରକୁ ଏକ କମିଶନ ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ଯେ, ଏଭଳି ଭାଷା ସଂସ୍କାର କୋର୍ଟଙ୍କ ଆଦେଶ ମାଧ୍ୟମରେ ହୁଏ ନାହିଁ; ଏହା ପର୍ଯ୍ୟାୟକ୍ରମେ ସଂସ୍କାର ପ୍ରକ୍ରିୟାର ଅଂଶ ଭାବେ ହୋଇଥାଏ। ଖଣ୍ଡପୀଠ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆବେଦନରେ ଚାହିଁଥିବା ପରିବର୍ତ୍ତନ ପାଇଁ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ପଡ଼ିପାରେ। ପରେ ଖଣ୍ଡପୀଠ PILଟିକୁ ଖାରଜ କରିଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories