ECI-NET Controversy: ଗୋଆରେ ୯୭ ଯୋଗ୍ୟ ଭୋଟରଙ୍କ ନାଁ ଚୂଡ଼ାନ୍ତ ତାଲିକାରୁ ବାଦ, ସଫ୍ଟୱେରକୁ ନେଇ ଉଠିଲା ପ୍ରଶ୍ନ
ଗୋଆ: ଗୋଆରେ Special Intensive Revision (SIR) ପରେ ୯୭ ଜଣ ଯୋଗ୍ୟ ଭୋଟରଙ୍କ ନାଁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ନହେବାକୁ ନେଇ Election Commissionର ଡିଜିଟାଲ୍ ପ୍ଲାଟଫର୍ମ ECI-NETକୁ ନେଇ ଚର୍ଚ୍ଚା ତେଜିଛି। ରିପୋର୍ଟ ଅନୁସାରେ, SIR ସମୟରେ ‘logical discrepancies’ ଆଧାରରେ କିଛି ଭୋଟରଙ୍କ ନାଁ ଚିହ୍ନଟ ହୋଇଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦସ୍ତାବିଜ ଦାଖଲ ଓ ନିଜ ପକ୍ଷ ରଖିବାର ସୁଯୋଗ ପାଇଥିବା ଭୋଟରଙ୍କ ମଧ୍ୟରୁ ୯୭ଟି ମାମଲାରେ ERO/AERO ଯାଞ୍ଚ ପରେ ସେମାନଙ୍କୁ ଯୋଗ୍ୟ ବୋଲି ଚିହ୍ନଟ କରିଥିଲେ। ତଥାପି ଫେବ୍ରୁଆରୀ ୨୧ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଏହି ନାଁଗୁଡ଼ିକ ରହିନଥିଲା।
ଏହି ଘଟଣା ପଛରେ ECI-NETରେ ରହିଥିବା ‘rollback’ ସୁବିଧାକୁ ନେଇ ପ୍ରଶ୍ନ ଉଠିଛି। ଗୋଆର Chief Electoral Officer (CEO) କାର୍ଯ୍ୟାଳୟ ଫେବ୍ରୁଆରୀ ୧୧ରୁ ୧୭ ମଧ୍ୟରେ ଏନେଇ ଆଠ ଥର Election Commissionକୁ ଯୋଗାଯୋଗ କରିଥିବା ରିପୋର୍ଟରେ କୁହାଯାଇଛି। ତେବେ ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ପୂର୍ବରୁ ବାଦ ପଡ଼ିଥିବା ନାଁକୁ ପୁଣି ଫେରାଇବାର ସୁବିଧା ସକ୍ରିୟ ହୋଇପାରିନଥିଲା। ଫେବ୍ରୁଆରୀ ୧୮ରେ ଜଣେ Deputy Election Commissioner ମଧ୍ୟ କହିଥିଲେ ଯେ ERO/AEROଙ୍କ ଆଇନଗତ କ୍ଷମତା ଅନୁଯାୟୀ ଆବଶ୍ୟକ ସଂଶୋଧନ କରାଯିବା ଉଚିତ ଏବଂ IT system ଏଥିରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ।
ଏହାପରେ ଗୋଆ CEO କାର୍ଯ୍ୟାଳୟ କହିଛି ଯେ ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇନଥିବା ୯୭ଟି ମାମଲାକୁ ପରେ ଅଲଗା ଭାବେ ପ୍ରକ୍ରିୟାକରଣ କରାଯାଇଛି। Booth Level Officers (BLOs)ଙ୍କ ଘରକୁ ଯାଇ ଯାଞ୍ଚ ଓ Form 6 ପ୍ରକ୍ରିୟା ମାଧ୍ୟମରେ ଅନେକ ଭୋଟରଙ୍କ ନାଁ ପରେ ତାଲିକାରେ ସାମିଲ ହୋଇଥିବା ବେଳେ, ଅନ୍ୟ ମାମଲାଗୁଡ଼ିକ ପ୍ରକ୍ରିୟାଧୀନ ଥିବା କୁହାଯାଇଛି। Election Commission ପକ୍ଷରୁ ECI-NETକୁ ଏକ ସୁବିଧା ପ୍ରଦାନକାରୀ ପ୍ଲାଟଫର୍ମ ବୋଲି ଦର୍ଶାଯାଇଛି ଏବଂ EROଙ୍କ ଆଇନଗତ କ୍ଷମତା ଅବିକୃତ ରହିଥିବା କୁହାଯାଇଛି।

