Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ayodhya Ramlila: ଦିଲ୍ଲୀରେ ଭବ୍ୟ ରାମଲୀଳା, ମାତା ସୀତା ଭୂମିକାରେ Miss Universe India 2026 କେଜିଆ ଲିଜ୍ ମେଜୋ

ଉତ୍ତରପ୍ରଦେଶ: ଅଯୋଧ୍ୟାର ପ୍ରସିଦ୍ଧ ରାମଲୀଳା ଏଥର ଦିଲ୍ଲୀରେ ଆୟୋଜିତ ହେବ। ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ କନଷ୍ଟିଚ୍ୟୁସନ୍ କ୍ଲବର ମାଭଲଙ୍କର ହଲ୍‌ରେ ଏହାର ରାମଲୀଳା ପରିବେଷଣ କରାଯିବ | ଏହି ରାମଲୀଳାରେ Miss Universe India 2026 କେଜିଆ ଲିଜ୍ ମେଜୋ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବେ।

ଏହି ମଞ୍ଚନରେ ବିଜେପି ସାଂସଦ ତଥା ଅଭିନେତା ରବି କିଶନ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଏହା ସହିତ ମନୋଜ ତିୱାରୀ, ଅରୁଣ ବକ୍ସି, ବିନ୍ଦୁ ଦାରା ସିଂହ, ଅବତାର ଗିଲ୍ ଏବଂ ପୁନୀତ ଇସ୍ସରଙ୍କ ସମେତ ଅନେକ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିବେ।

ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାମଲୀଳାରେ ଅଭିନୟ କରୁଥିବା କଳାକାରମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି କେଜିଆ ଲିଜ୍ ମେଜୋ ଓ ରବି କିଶନଙ୍କ ଭୂମିକାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ