Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Brajesh Pathak: ଡାକ୍ତର, ରୋଗୀଙ୍କ ସହ ତାଙ୍କ ଭାଷାରେ କଥା ହୁଅନ୍ତୁ, ପ୍ରେସକ୍ରିପସନ୍‌ରେ ହିନ୍ଦୀରେ ଔଷଧ ନାମ ଲେଖନ୍ତୁ: ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକ ଡାକ୍ତରମାନଙ୍କୁ ରୋଗୀଙ୍କ ସହ ସେମାନେ ବୁଝିପାରୁଥିବା ଭାଷାରେ କଥା ହେବାକୁ କହିଛନ୍ତି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠିରେ ସେ ଏହି ଅନୁରୋଧ କରିଛନ୍ତି।

ଚିଠିରେ ବ୍ରଜେଶ ପାଠକ କହିଛନ୍ତି, ରୋଗୀଙ୍କୁ ତାଙ୍କ ରୋଗ ଏବଂ ଚିକିତ୍ସା ବିଷୟରେ ସହଜ ଭାଷାରେ ବୁଝାଇବା ଦରକାର। ଏହାଦ୍ୱାରା ରୋଗୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଥିବା ତଥ୍ୟକୁ ସହଜରେ ବୁଝିପାରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ପ୍ରେସକ୍ରିପସନ୍‌ରେ ଲେଖାଯାଉଥିବା ଔଷଧର ନାମ ମଧ୍ୟ ହିନ୍ଦୀରେ ଲେଖିବାକୁ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଚିଠିରେ ଡାକ୍ତର-ରୋଗୀ ମଧ୍ୟରେ ସହଜ ଭାଷାରେ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ରୋଗୀଙ୍କୁ ଚିକିତ୍ସା ସମ୍ପର୍କିତ କଥା ବୁଝାଇବା ସମୟରେ ସେମାନଙ୍କ ଭାଷାକୁ ଧ୍ୟାନରେ ରଖିବା ସହ ପ୍ରେସକ୍ରିପସନ୍‌ରେ ହିନ୍ଦୀରେ ଔଷଧ ନାମ ଲେଖିବାକୁ ସେ ଅନୁରୋଧ କରିଛନ୍ତି। ଏହା ଚିକତ୍ସା ବ୍ୟବସ୍ଥାରେ ଏକ ଅଭିନବ ପ୍ରୟାସ ଭାବେ ଦେଖାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ