Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାତିରୁ ମିଳିବ ଆଶ୍ବସ୍ତି; କେରଳ ଛୁଇଁଲା ମୌସୁମୀ

କେରଳ: ତାତିରୁ ମିଳିବ ଆଶ୍ବସ୍ତି। କେରଳ ଛୁଇଁଲା ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ବାୟୁ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ଗତି କରୁଛି ମୌସୁମୀ। ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ।

ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା କୁହାଯାଉଛି । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ