NIMS Hospital Fire: ମେଡିକାଲ କଲେଜ ଓଟିରେ ଅଗ୍ନିକାଣ୍ଡ, ବଡ ଅଘଟଣରୁ ବର୍ତ୍ତୀଲେ ରୋଗୀ ଓ ସମ୍ପର୍କୀୟ
ଜୟପୁର: ଜୟପୁର ଦିଲ୍ଲୀ ହାଇୱେ ସ୍ଥିତ NIMS ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ରାତି ୧୧ଟା ସମୟରେ ଗ୍ରାଉଣ୍ଡ ଫ୍ଲୋରର ଅପରେସନ୍ ଥିଏଟରର ଫଲ୍ ସିଲିଂରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ପରେ ଓଟି ଏବଂ MICU ଅଞ୍ଚଳରେ ଧୂଆଁ ଭରିଯିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।
ପରିସ୍ଥିତିକୁ ଦେଖି ସମ୍ପର୍କୀୟମାନେ ଗୁରୁତର ରୋଗୀଙ୍କୁ ବେଡ୍ ସହିତ ବାହାରକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ପରେ ପୁଲିସ ଓ ଦମକଳ କର୍ମଚାରୀଙ୍କ ସହାୟତାରେ ରୋଗୀମାନଙ୍କୁ ହସ୍ପିଟାଲର ଇମର୍ଜେନ୍ସି ବାହାରକୁ ସ୍ଥାନାନ୍ତର କରାଯାଇଥିଲା। ସମୟ ଥାଉ ଥାଉ ରୋଗୀମାନଙ୍କୁ ବାହାରକୁ ନିଆଯାଇଥିବାରୁ ବଡ଼ ଅଘଟଣ ଟଳିଥିବା ଜଣାପଡ଼ିଛି।
ପ୍ରାଥମିକ ଭାବେ ଶର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି।

