Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Chitkara University Ghost Rumour: ‘ଭୂତ’ ଗୁଜବକୁ ନେଇ ଚିଟକାରା ୟୁନିଭର୍ସିଟିରେ ହଙ୍ଗାମା, ପୁଲିସ ଗାଡ଼ି ଭାଙ୍ଗିଥିବା ଅଭିଯୋଗ

ପଞ୍ଜାବ: ପଞ୍ଜାବର ପଟିଆଲା ସ୍ଥିତ ଚିଟକାରା ୟୁନିଭର୍ସିଟିରେ ଶୁକ୍ରବାର ରାତିରେ ଏକ ‘ଭୂତ’ ଗୁଜବକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ୟାମ୍ପସରେ ଭୂତ ଥିବା ଦାବି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶତାଧିକ ଛାତ୍ରଛାତ୍ରୀ ରାତିରେ ରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। କିଛି ଛାତ୍ର ପୁଲିସ ପେଟ୍ରୋଲିଂ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଛାତ୍ରମାନେ ହଷ୍ଟେଲରୁ ଚିତ୍କାର ଶୁଣିଥିବା ଦାବି କରିବା ସହ ଦୁଇ ଜଣ ଛାତ୍ରୀ ନିଖୋଜ ଥିବା ନେଇ ମଧ୍ୟ ଗୁଜବ ଚାଲିଥିବା କହିଥିଲେ।

ଏହାରି ମଧ୍ୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଦାବି ହେବା ସହ ତାଙ୍କ ଆତ୍ମା ହଷ୍ଟେଲରେ ଘୁରୁଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ତେବେ ୟୁନିଭର୍ସିଟି କର୍ତ୍ତୃପକ୍ଷ ଏହି ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ହଷ୍ଟେଲରେ କୌଣସି ମୃତ୍ୟୁ କିମ୍ବା ଆତ୍ମହତ୍ୟା ଘଟଣା ଘଟିନାହିଁ। ଗୁରୁବାର ଭୋର ସମୟରେ ଜଣେ ଛାତ୍ରୀ ହସ୍ପିଟାଲରୁ ଫେରିଥିବା ଘଟଣାରେ ଆମ୍ବୁଲାନ୍ସ ହଷ୍ଟେଲକୁ ଆସିଥିଲା ବୋଲି ୟୁନିଭର୍ସିଟି ସ୍ପଷ୍ଟ କରିଛି। ସେହିପରି ଜଣେ ‘ପଣ୍ଡିତଜୀ’ ହଷ୍ଟେଲକୁ ଆସିଥିବା କଥା ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲେ ମଧ୍ୟ, ସେ ନିଜ ଝିଅଙ୍କୁ ଭେଟିବା ପାଇଁ ପ୍ରାୟ ଅପରାହ୍ନ ୩ଟାରେ ଆସିଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଘଟଣା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ୟୁନିଭର୍ସିଟିରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାଇଥିଲେ। ପୁଲିସ କହିଛି ଯେ, ଛାତ୍ରମାନେ ଦୁଇ ଜଣ ଛାତ୍ରୀ ନିଖୋଜ ଥିବା କହୁଥିଲେ, କିନ୍ତୁ ନିଖୋଜ ଥିବା ଛାତ୍ରୀଙ୍କ ନାମ କିମ୍ବା ପରିଚୟ ସମ୍ପର୍କରେ ସେମାନଙ୍କ ପାଖରେ ସ୍ପଷ୍ଟ ତଥ୍ୟ ନଥିଲା। ତଥାପି ଛାତ୍ରମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଓ ଯାଞ୍ଚ କରିବ ବୋଲି କହିଛି। ଅନ୍ୟପଟେ ୟୁନିଭର୍ସିଟି କର୍ତ୍ତୃପକ୍ଷ ଅପ୍ରମାଣିତ ରିଲ୍‌, ପୋଷ୍ଟ ଓ ସୋସିଆଲ ମିଡିଆ ବାର୍ତ୍ତା ଉପରେ ଭରସା ନକରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories