LPUରେ ଛାତ୍ରୀଙ୍କୁ ରେପ୍ ଖବରକୁ ନେଇ ଉତ୍ତେଜନା, ରାତିରେ ଛାତ୍ରଙ୍କ ତୁମୁଳ ପ୍ରତିବାଦ
ପଞ୍ଜାବର ଫଗୱାଡାସ୍ଥିତ Lovely Professional University (LPU)ରେ ଜଣେ ଛାତ୍ରୀଙ୍କୁ କଥିତ ରେପ୍ ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ଦେଖାଦେଇଛି। ରାତି ପ୍ରାୟ ୨ଟା ସମୟରେ ବହୁ ସଂଖ୍ୟକ ଛାତ୍ର ୟୁନିଭର୍ସିଟି ପରିସରରେ ଏକାଠି ହୋଇ ପ୍ରତିବାଦ ଆରମ୍ଭ କରିଥିଲେ। ପରେ ପରିସ୍ଥିତି ଉଗ୍ର ରୂପ ନେଇଥିବା ବେଳେ କ୍ୟାମ୍ପସ୍ରେ ଭଙ୍ଗାରୁଜା ଓ ନିଆଁ ଲଗାଇବା ଘଟଣା ଘଟିଥିବା ଜଣାପଡ଼ିଛି।
ତେବେ ଛାତ୍ରୀଙ୍କୁ ରେପ୍ ହୋଇଥିବା ନେଇ ଭାଇରାଲ ହେଉଥିବା ଦାବିର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ପୁଲିସ ମଧ୍ୟ ଏପରି ଅଭିଯୋଗର ସମର୍ଥନରେ କୌଣସି ପ୍ରମାଣ ମିଳିନଥିବା ଏବଂ ଏନେଇ କୌଣସି ଅଭିଯୋଗ ମିଳିନଥିବା କହିଥିଲା। ୟୁନିଭର୍ସିଟି ପରିସରରେ ପୁଲିସ ମୁତୟନ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

