UNରେ ପାକିସ୍ତାନକୁ ଭାରତର କଡ଼ା ଜବାବ, “ଆତଙ୍କବାଦ ଓ ଦୋମୁହାଁ ନୀତିର ପରିଣାମ ଭୋଗିବ”
ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଷଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ଦେଇଛି। ଭାରତର ଜାତିସଂଘ ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟାଲ ଗହଲୋଟ୍ ‘ରାଇଟ୍ ଟୁ ରିପ୍ଲାଇ’ ଜରିଆରେ ପାକିସ୍ତାନର ଜମ୍ମୁ-କଶ୍ମୀର ସମ୍ପର୍କିତ ମନ୍ତବ୍ୟକୁ ଖଣ୍ଡନ କରିବା ସହ ଇସଲାମାବାଦ ଉପରେ ସୀମାପାର ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ଆଣିଛନ୍ତି।
ଗହଲୋଟ୍ କହିଛନ୍ତି ଯେ, ପାକିସ୍ତାନର ସୀମାପାର ଆତଙ୍କବାଦ ଏକ ଦୀର୍ଘଦିନର ନୀତି। ଆତଙ୍କବାଦ ବିରୋଧରେ ଭାରତ ନିଜକୁ ସୁରକ୍ଷା ଦେବାର ଅଧିକାର ପ୍ରୟୋଗ କରିବ ଏବଂ ଏହାର ପରିଣାମ ରହିବ ବୋଲି ସେ କହିଛନ୍ତି। ପାକିସ୍ତାନର “ମିଥ୍ୟା, ଛଳନା ଓ ଦୋମୁହାଁ ନୀତି” ନେଇ ମଧ୍ୟ ଭାରତୀୟ ପ୍ରତିନିଧି ତୀବ୍ର ଆପତ୍ତି ଉଠାଇଛନ୍ତି।

