Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Supreme Court: ଦିଲ୍ଲୀରେ ନାବାଳିକା ଓ ମହିଳାଙ୍କ ବିରୋଧରେ ଯୌନ ହିଂସା ମାମଲା ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ନାବାଳିକା ଓ ମହିଳାଙ୍କ ବିରୋଧରେ ବଢ଼ୁଥିବା ଯୌନ ହିଂସା ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର ସ୍ୱତଃପ୍ରେରିତ ଭାବେ ମାମଲା ଗ୍ରହଣ କରିଛନ୍ତି। ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ପୁଲିସକୁ ଜବାବ ଦାଖଲ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍କ, ବସ୍ ଓ ରାସ୍ତା ଭଳି ସାଧାରଣ ସ୍ଥାନକୁ ‘ଅତ୍ୟଧିକ ବିପଦପୂର୍ଣ୍ଣ ଅଞ୍ଚଳ’ରେ ପରିଣତ ହେବାକୁ ଦିଆଯାଇପାରିବ ନାହିଁ।

ସୁପ୍ରିମକୋର୍ଟ ସାମ୍ପ୍ରତିକ କିଛି ଘଟଣା ସମ୍ପର୍କିତ ଖବରକୁ ଆଧାର କରି ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଲେଡି ଶ୍ରୀରାମ କଲେଜ ନିକଟସ୍ଥ ଆସ୍ଥା କୁଞ୍ଜ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ, ସ୍ୱରୂପ ନଗରରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଏବଂ ଗ୍ରେଟର ନୋଏଡାରୁ ଦିଲ୍ଲୀ ଯାଉଥିବା ଏକ ବସ୍‌ରେ ଅନ୍ୟ ଜଣେ ନାବାଳିକାଙ୍କ ସହ ଯୌନ ହିଂସା ଅଭିଯୋଗ ଭଳି ଘଟଣା ସାମିଲ ରହିଛି।

ଏହି ଘଟଣାଗୁଡ଼ିକୁ ନେଇ ସୁପ୍ରିମକୋର୍ଟ ସାଧାରଣ ସ୍ଥାନରେ ମହିଳା ଓ ଶିଶୁଙ୍କ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ଉପରେ ଦିଲ୍ଲୀ ପୁଲିସଠାରୁ ତଥ୍ୟ ଚାହିଁଛନ୍ତି। ସାଧାରଣ ସ୍ଥାନରେ ଏଭଳି ଘଟଣା ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା, ପୁଲିସ ନିରୀକ୍ଷଣ ଓ ପ୍ରତିରୋଧାତ୍ମକ ପଦକ୍ଷେପ ନେଇ କଣ ବ୍ୟବସ୍ଥା ରହିଛି, ତାହା ଆଗାମୀ ଶୁଣାଣିରେ ସାମ୍ନାକୁ ଆସିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories