Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Deogarh Earthquake: ଦେବଗଡ଼ରେ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ୩.୯ ତୀବ୍ରତା

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବ୍ଲକର ଚଢେଇମରା ଗ୍ରାମରେ ରେ ସୋମବାର ରାତିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ଟା ୪୮ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୯ ରେକର୍ଡ ହୋଇଛି। ଭାରତର National Centre for Seismology (NCS) ଅନୁସାରେ, ଭୂକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୨୦ କିମି ଗଭୀରରେ ଥିଲା। ଏହାର ଅବସ୍ଥାନ ଦେବଗଡ଼ ଅଞ୍ଚଳରେ, ସମ୍ବଲପୁରଠାରୁ ପ୍ରାୟ ୮୮ କିମି ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଥିବା NCS ତଥ୍ୟରେ ଦର୍ଶାଯାଇଛି।

NCSର ରେକର୍ଡ ଅନୁସାରେ ଏହି ଭୂକମ୍ପକୁ ‘Reviewed’ ଭାବେ ଚିହ୍ନଟ କରାଯାଇଛି। ଉପଲବ୍ଧ ତଥ୍ୟରେ ଏହି ଭୂକମ୍ପ ଯୋଗୁଁ ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ଦେବଗଡ଼ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କିତ ସୂଚନା ଦିଆଯାଇଛି। ଭୂକମ୍ପର ତୀବ୍ରତା କମ୍‌ ଥିବାରୁ ଏହାକୁ ମୃଦୁ ଭୂକମ୍ପ ଭାବେ ବର୍ଣ୍ଣନା କରାଯାଇଛି। ତଥାପି ଭୂକମ୍ପ ପରେ କୌଣସି ଫାଟ, ଗଠନାତ୍ମକ କ୍ଷତି କିମ୍ବା ଅନ୍ୟ ସମସ୍ୟା ଦେଖାଦେଲେ ସ୍ଥାନୀୟ ପ୍ରଶାସନକୁ ଜଣାଇବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories