INDIA Bloc Protest: MMDR ସଂଶୋଧନ ବିରୋଧରେ ଭୁବନେଶ୍ୱରରେ INDIA ବ୍ଲକ୍ର ବିଶାଳ ବିକ୍ଷୋଭ, ପ୍ରତ୍ୟାହାର ଦାବିରେ ଏକାଠି ହେଲେ ବିରୋଧୀ ଦଳ
ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ରର ଖଣି ନୀତି ଏବଂ MMDR Amendment Actକୁ ବିରୋଧ କରି INDIA ବ୍ଲକ୍ ପକ୍ଷରୁ ବିକ୍ଷୋଭ କରାଯାଉଛି। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ସେଠାରେ ପ୍ରତିବାଦ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ, CPI, CPI(M), CPI(ML) ଲିବରେସନ୍, NCP-ଶରଦ ପାୱାର, ସମାଜବାଦୀ ପାର୍ଟି ଓ RJDର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିବା ଦାବି କରାଯାଇଛି।
ବିକ୍ଷୋଭରେ MMDR ସଂଶୋଧନ ପ୍ରତ୍ୟାହାର ସହ କେନ୍ଦ୍ରର ଖଣି ନୀତିକୁ ନେଇ ଆପତ୍ତି ଉଠାଯାଇଛି। ପ୍ରତି ଜିଲ୍ଲାରୁ ଦଳୀୟ ନେତା ଓ କର୍ମୀମାନେ ଭୁବନେଶ୍ୱରରେ ଏକାଠି ହେଉଥିବା କୁହାଯାଇଛି। ଏହା ପୂର୍ବରୁ ମଧ୍ୟ MMDR ଆଇନକୁ ନେଇ ବିଧାନସଭାରେ କଂଗ୍ରେସ ଓ BJD ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା ଏବଂ ଗୃହ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ବିରୋଧୀ ଦଳଗୁଡ଼ିକ MMDR ସଂଶୋଧନ ପ୍ରତ୍ୟାହାର ଦାବି କରୁଥିବା ବେଳେ, ଏହି ଆଇନର ରାଜ୍ୟ ରାଜସ୍ୱ ଓ ଖଣିଜ ସମ୍ପଦ ଉପରେ ପ୍ରଭାବକୁ ନେଇ ମଧ୍ୟ ରାଜନୈତିକ ତର୍କ ଜାରି ରହିଛି। କେନ୍ଦ୍ରର ନୂଆ ଆଇନରେ ଖଣିଜ ରୟାଲ୍ଟି ଗଣନା ପଦ୍ଧତିରେ ପରିବର୍ତ୍ତନ ହୋଇଥିବାରୁ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ରାଜସ୍ୱ ଉପରେ ପ୍ରଭାବ ନେଇ ଚିନ୍ତା ପ୍ରକାଶ କରୁଛନ୍ତି।

