Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nagaur ATM: ଲୁଟ୍‌ ପାଇଁ ATMରେ ପଶିଥିଲେ ୨ ଦୁର୍ବୃତ୍ତ, ଆଲର୍ଟ ପାଇ ଶଟର ବନ୍ଦ କଲେ ବ୍ରାଞ୍ଚ ମ୍ୟାନେଜର

ରାଜସ୍ଥାନ: ରାଜସ୍ଥାନର ନାଗୌର ଜିଲ୍ଲା ମାରୱାଡ଼ ମୁଣ୍ଡୱାରେ ଏକ ATM ଲୁଟ୍‌ ଉଦ୍ୟମକୁ ପୁଲିସ ରୋକିବାରେ ସଫଳ ହୋଇଛି। ମଧ୍ୟରାତ୍ରିରେ ଦୁଇ ଜଣ ଦୁର୍ବୃତ୍ତ ATM ଭିତରକୁ ପଶିଥିବା ବେଳେ ଇ-ସର୍ଭିଲାନ୍ସ ସିଷ୍ଟମ୍‌ରୁ ବ୍ୟାଙ୍କକୁ ଆଲର୍ଟ ମିଳିଥିଲା। ସୂଚନା ପାଇବା ପରେ ମହିଳା ବ୍ରାଞ୍ଚ ମ୍ୟାନେଜର ନିଜ ସ୍ୱାମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବାହାରୁ ATMର ଶଟର ବନ୍ଦ କରି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ATM ଭିତରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ CCTV କ୍ୟାମେରା ଉପରେ ଗ୍ରୀସ୍‌ ଲଗାଇ ନଜରଦାରି ବ୍ୟବସ୍ଥାକୁ ବାଧା ଦେବା ସହ କନେକ୍ଟିଭିଟି ତାର କାଟିବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ ATMର କ୍ୟାଶ୍‌ ଡୋର୍‌ ଭାଙ୍ଗି ପାରିନଥିଲେ।

ଇ-ସର୍ଭିଲାନ୍ସରୁ ମିଳିଥିବା ତୁରନ୍ତ ଆଲର୍ଟ ଯୋଗୁଁ ATMରେ ଥିବା ପ୍ରାୟ ୧୬ ଲକ୍ଷ ଟଙ୍କାର ନଗଦ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି। ଅଭିଯୁକ୍ତମାନଙ୍କ ଅନ୍ୟ କୌଣସି ଅପରାଧିକ ଘଟଣା ସହ ସମ୍ପର୍କ ଅଛି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories