Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୯ରେ ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ ଏବଂ ଓଡ଼ିଶାର ମୂଖ୍ୟମନ୍ତ୍ରୀ ହେବେ ଭକ୍ତ ଦାସ : ସୁର ରାଉତରାୟ

ଭୁବନେଶ୍ଵର: ଆଜି ଭୁବନେଶ୍ୱରରେ କେନ୍ଦ୍ରର ଖଣି ନୀତି ଏବଂ MMDR Amendment Actକୁ ବିରୋଧ କରି INDIA ବ୍ଲକ୍‌ ପକ୍ଷରୁ ବିଶାଳ ପ୍ରତିବାଦ କରାଯାଇଛି । ଏହି ବିକ୍ଷୋଭରେ କଂଗ୍ରେସ, CPI, CPI(M), CPI(ML) ଲିବରେସନ୍‌, NCP-ଶରଦ ପାୱାର, ସମାଜବାଦୀ ପାର୍ଟି ଓ RJDର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ। MMDR ଖଣି ଆଇନ୍, ଏସାଇଅର୍ ତାଲିକାରୁ ନାମ କଟିବା ଘଟଣାରେ ଇଲେକ୍ସନ କମିଶନରଙ୍କ ଇସ୍ତଫା ଦାବି ଏବଂ ବନ୍ୟା ସମୟରେ ବିଜେପିର ଅବହେଳା ଏମିତି ଅନେକ ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ବିକ୍ଷୋଭରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାଏଙ୍କ ବୟାନ ଓଡ଼ିଶା ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୁର ରାଉତରାୟ ତାଙ୍କ ବୟାନରେ କହିଛନ୍ତିଯେ, ଆଗାମୀ ନିର୍ବାଚନରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ହେବେ ଭକ୍ତ ଦାସ ଏବଂ ସେ ଆହୁରି କହିଛନ୍ତିଯେ, ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବେ । ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ରାଜ୍ୟରେ । କେବଳ ଏତିକି ନୁହେଁ ରାଜ୍ୟର ଖଣି ଆଇନ୍, କେନ୍ଦ୍ରର ପଇସା ବ୍ୟବହାର ନ ହୋଇପାରିବାରୁ ଟଙ୍କା ଫେରସ୍ତ ଯିବା, ବନ୍ୟା ସମୟରେ ଓଡ଼ିଶା ନେତୃତ୍ୱାଧୀନ ବିଜପି ସରକାରଙ୍କର ଅପାରଗତା ଏବଂ ଅନ୍ୟାନ୍ୟ ବିଷୟକୁ ନେଇ କଡ଼ା ଟାର୍ଗେଟ କରିଛନ୍ତି ବିଜେପିକୁ ସୁର ରାଉତରାୟ।
ଅନ୍ୟପଟେ, ବିକ୍ଷୋଭରେ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଜୋର୍ ବର୍ଷିଛନ୍ତି ବିଜେପି ଉପରେ । ବିଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। ଏସାଇଆର ଭୋଟ ତାଲିକାରେ ନାମ କରାଯାଇଥିବା, ନିର୍ବାଚନ ସମୟରେ ଭୋଟ ଚୋରି କୁ ନେଇ ସିଧାସଳଖ ଭାବରେ ନ ହେଲେ ମଧ୍ୟ ବିଜେଡିର ସମର୍ଥନ ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କାରଣ ପୂର୍ବରୁ ଅନେକ ଗୁରୁତତ୍ୱପୂର୍ଣ୍ଣ ଆଇନ ପାସ୍ ହେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଏହାସହ ଦେଶର ସର୍ବୋଚ୍ଚ ପଦବୀରେ ଥାଇ ଯେତେବେଳେ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଇନ୍ କାନୁନ୍ ଉର୍ଦ୍ଧ୍ୱରେ ନାହାନ୍ତି ତେବେ ଇଲେକ୍ସନ କମିଶନର କିପରି ରହିପାରିବେ ? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ଗତ ୨୦୨୪ ବିଧାନସଭା ନିର୍ବାଚନରେ ଜ୍ଞାନେଶ କୁମାରଙ୍କ ପାଇଁ ନବୀନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ବୋଲି ସେ କହିଛନ୍ତି । ତେବେ ଏହି ଆନ୍ଦୋଳନ ଆଗକୁ କି ରୂପ ନେବ ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories