Super Intelligence: AI ( Artificial intelligence) ର ନାମ ବଦଳାଇଲେ ଟ୍ରମ୍ପ, SI (Super Intelligence) ଶବ୍ଦ ବ୍ୟବହାର ପାଇଁ ଘୋଷଣା!
ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ ପ୍ରଶାସନ Artificial Intelligence (AI) ପାଇଁ ‘Super Intelligence (SI)’ ଶବ୍ଦ ବ୍ୟବହାର ଉପରେ ଜୋର ଦେଇଛି। ହ୍ୱାଇଟ୍ ହାଉସର ସେପ୍ଟେମ୍ବର ୨୨ର ଘୋଷଣାରେ ଟ୍ରମ୍ପ କହିଥିଲେ ଯେ, ଆମେରିକାରେ AIକୁ ଏଣିକି ଅଧିକାରିକ ଭାବେ ‘Super Intelligence’ ବୋଲି କୁହାଯିବ। ହ୍ୱାଇଟ୍ ହାଉସର ନୂଆ ଦଲିଲରେ ମଧ୍ୟ ‘Super Intelligence’ ଶବ୍ଦ ବ୍ୟବହାର କରାଯାଇଛି।
ଏହି ପରିବର୍ତ୍ତନକୁ ଟ୍ରମ୍ପ ପ୍ରଶାସନ AI ପ୍ରଯୁକ୍ତିର ଦ୍ରୁତ ବିକାଶ ସହ ଯୋଡ଼ିଛି। ସେପ୍ଟେମ୍ବର ୨୯ର ହ୍ୱାଇଟ୍ ହାଉସ ଆଦେଶରେ ‘Super Intelligence’କୁ America.gov ସହ ଜଡ଼ିତ ପ୍ରଯୁକ୍ତି ଭାବେ ଉଲ୍ଲେଖ କରାଯାଇଛି ଏବଂ ଏହା ସଠିକ୍, ବିଶ୍ୱସନୀୟ ଓ ସ୍ୱଚ୍ଛ ଭାବେ ବ୍ୟବହୃତ ହେବାକୁ କୁହାଯାଇଛି।
ଏହି ପ୍ରସଙ୍ଗରେ ଆମେରିକା-ଚୀନ୍ ମଧ୍ୟରେ ମଧ୍ୟ ‘Super Intelligence’ ଶବ୍ଦ ବ୍ୟବହାର ନେଇ ସମ୍ମତି ହୋଇଥିବା ହ୍ୱାଇଟ୍ ହାଉସ କହିଛି। ଦୁଇ ଦେଶ ‘U.S.-China Super Intelligence Dialogue’ ଆରମ୍ଭ କରିବାକୁ ମଧ୍ୟ ରାଜି ହୋଇଛନ୍ତି, ଯେଉଁଥିରେ ଏହି ପ୍ରଯୁକ୍ତିର ବିପଦ ଓ ସମ୍ଭାବ୍ୟ ଲାଭ ନେଇ ଆଲୋଚନା ହେବ।

