Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Koffee With Karan Season 9: ସିଜିନ୍‌ ୯ରେ ଶେଷ ହୋଇପାରେ ଲୋକପ୍ରିୟ ଚାଟ୍‌ ଶୋ, “କଫି ୱିଥ କରନ୍” କରନ୍ ଜୋହରଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଲୋକପ୍ରିୟ ସେଲିବ୍ରିଟି ଚାଟ୍‌ ଶୋ’ ‘Koffee With Karan’କୁ ନେଇ ବଡ଼ ଘୋଷଣା କରିଛନ୍ତି ଫିଲ୍ମମେକର୍‌ କରଣ ଜୋହର। ଏହି ଚର୍ଚ୍ଚିତ ଶୋ’ର ‘ସିଜିନ୍‌ ୯’ଆସିବାକୁ ଥିବା ବେଳେ, ଏହା ଶୋ’ର ଶେଷ ସିଜିନ୍‌ ହେବ ବୋଲି କରଣ ଘୋଷଣା କରିଛନ୍ତି। ଦୀର୍ଘବର୍ଷ ଧରି ସେଲିବ୍ରିଟିଙ୍କ ସହ ଖୋଲାଖୋଲି ଆଲୋଚନା, ରାପିଡ୍‌-ଫାୟାର୍‌ ରାଉଣ୍ଡ ଏବଂ ବିଭିନ୍ନ ରୋଚକ ଖୁଲାସା ପାଇଁ ଏହି ଶୋ’ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ ରହିଛି।

ସିଜିନ୍‌ ୯ ମାଧ୍ୟମରେ କରଣ ଜୋହର ଶୋ’କୁ ଶେଷ ଥର ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଶୋ’ରେ ଅନେକ ବଲିଉଡ୍‌ ଷ୍ଟାର୍‌ ନିଜ ବ୍ୟକ୍ତିଗତ ଜୀବନ, କ୍ୟାରିୟର ଓ ଫିଲ୍ମ ସମ୍ପର୍କରେ କଥା ହୋଇଛନ୍ତି। ଶୋ’ର ରାପିଡ୍‌-ଫାୟାର୍‌ ରାଉଣ୍ଡ ଓ କରଣଙ୍କ ପ୍ରଶ୍ନୋତ୍ତର ଅନେକ ସମୟରେ ଚର୍ଚ୍ଚାର କାରଣ ହୋଇଛି।

ଏବେ ନବମ ସିଜିନ୍‌କୁ ନେଇ ଘୋଷଣା ପରେ ଶୋ’ର ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ସହ ଏହାର ଶେଷ ସିଜିନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସିଜିନ୍‌ ୯ର ପ୍ରିମିୟର ତାରିଖ, ଷ୍ଟ୍ରିମିଂ ପ୍ଲାଟଫର୍ମ ଓ ଅତିଥି ତାଲିକା ସମ୍ପର୍କରେ ଅଧିକ ତଥ୍ୟ ଆଗକୁ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ