Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Prayagraj Marriage: ୧୫ ବର୍ଷ ଧରି ଯାହାଙ୍କୁ ଭାଇ ଭାବି ବାନ୍ଧୁଥିଲେ ରାକ୍ଷୀ, ତାଙ୍କୁ ହିଁ କଲେ ବିବାହ; ଝିଅର ‘ଅନ୍ତିମ ସଂସ୍କାର’ କଲେ ବାପା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ବିବାହ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ପରିବାର ଓ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ୨୦ ବର୍ଷୀୟ ଜଣେ ଯୁବତୀ ଏମିତି ଜଣେ ଯୁବକଙ୍କୁ ବିବାହ କରିଛନ୍ତି, ଯାହାଙ୍କୁ ସେ ପ୍ରାୟ ୧୫ ବର୍ଷ ଧରି ଭାଇ ଭାବି ରାକ୍ଷୀ ବାନ୍ଧୁଥିଲେ। ବିବାହ ଖବର ଜଣାପଡ଼ିବା ପରେ ଯୁବତୀଙ୍କ ବାପା ତାଙ୍କର ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରିଥିବା ଏବଂ ତାଙ୍କ ଫଟୋରେ ‘ସ୍ୱର୍ଗୀୟ’ ଲେଖି ପରିବାର ସହ ସମ୍ପର୍କ ଶେଷ କରିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ, ଯୁବତୀ ନିଜ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ନିଜ ଇଚ୍ଛାରେ ବିବାହ କରିଥିବା ଏବଂ ବର୍ତ୍ତମାନ ସ୍ୱାମୀଙ୍କ ସହ ଖୁସିରେ ରହୁଥିବା ଦାବି କରିଛନ୍ତି। ତେବେ ଏହି ବିବାହକୁ ନେଇ ଉଭୟ ପକ୍ଷର ମତ ଭିନ୍ନ ଥିବାରୁ ଘଟଣାଟି ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories