Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

LeT Terrorist: ଜମ୍ମୁ-କଶ୍ମୀରରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ମହମ୍ମଦ ଆସିଫ ନିହତ, ମିଳିଲା ଯୁଦ୍ଧ ସାମଗ୍ରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ସଂପୃକ୍ତ ଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆସିଫ ଓରଫ ହାସିମ ମୁସା ନିହତ ହୋଇଛି। ବୁଧବାର ସୁରକ୍ଷାବାହିନୀ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି।

ସୁରକ୍ଷାବାହିନୀଙ୍କ ସୂଚନା ଅନୁସାରେ, ମହମ୍ମଦ ଆସିଫ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୋଏବା ସହ ଜଡ଼ିତ ଥିଲା। ତାଙ୍କ ମୃତଦେହ ମିଳିବା ସ୍ଥାନରୁ ବହୁ ପରିମାଣର ଯୁଦ୍ଧ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରେ ସୁରକ୍ଷାବାହିନୀ ପକ୍ଷରୁ ଅଧିକ ଯାଞ୍ଚ କରାଯାଉଛି।

ପହଲଗାମ ଆକ୍ରମଣ ସହ ତାଙ୍କର ସମ୍ପୃକ୍ତି ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ପୂର୍ବରୁ ତଦନ୍ତ କରୁଥିଲେ। ଏବେ ମହମ୍ମଦ ଆସିଫ ନିହତ ହେବା ପରେ ଏହି ମାମଲାର ତଦନ୍ତରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories