Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bakhtiyarpur Junction: ରିଲ୍‌ ପାଇଁ ରେଳ ପ୍ଲାଟଫର୍ମରେ କୋଲ୍ଡଡ୍ରିଙ୍କସରେ ଗାଧୋଇଲେ ମହିଳା! ୩ କଣ୍ଟେଣ୍ଟ କ୍ରିଏଟର ଗିରଫ

ବିହାର: ସୋସିଆଲ ମିଡିଆରେ ଲାଇକ୍ ଓ ଭ୍ୟୁ ବଢ଼ାଇବା ପାଇଁ ଲୋକ ବେଳେ ବେଳେ ପାଗଳାମୀର ସୀମା ଟପି ଯାଉଛନ୍ତି | ଲାଇକ୍ ଓ ଭ୍ୟୁ ବଢାଇବା ପାଇଁ ଜଣେ ମହିଳା ଏଭଳି ଅଜବ କାଣ୍ଡ ଘଟାଇଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ | ବିହାରର ବଖ୍ତିୟାରପୁର ଜଙ୍କସନ୍‌ ପ୍ଲାଟଫର୍ମରେ ରିଲ୍‌ ତିଆରି କରିବା ୩ ଜଣ କଣ୍ଟେଣ୍ଟ କ୍ରିଏଟରଙ୍କୁ ମହଙ୍ଗା ପଡ଼ିଛି। ଭାଇରାଲ ଭିଡିଓରେ ଜଣେ ମହିଳା ପ୍ଲାଟଫର୍ମ ଉପରେ ନିଜ ଦେହରେ କୋଲ୍ଡଡ୍ରିଙ୍କସ ଢାଳି ହେବାର ଦେଖିବାକୁ ମିଳିଥିଲା । ଭିଡିଓଟି ଭାଇରାଲ ହେବା ପରେ RPF ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

RPFର ପ୍ରାଥମିକ ତଦନ୍ତରେ ଭିଡିଓରେ ଦେଖାଯାଉଥିବା ମହିଳାଙ୍କ ପରିଚୟ ବର୍ଷା ଦେବୀ ବୋଲି ଜଣାପଡ଼ିଥିଲା। ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ ବେଳେ ରେଳ ପରିସରରେ ଏହିଭଳି ଆହୁରି ଅନେକ ଭିଡିଓ ତିଆରି ହୋଇଥିବା ତଥ୍ୟ ମିଳିଥିଲା। ପରେ ତଦନ୍ତରେ ଜଡ଼ିତ ଥିବା ଅଭିଯୋଗରେ ବଣ୍ଟି କୁମାର ଓ ସରିତା କୁମାରୀଙ୍କୁ ମଧ୍ୟ ଧରାଯାଇଥିଲା।

ତିନିଜଣଙ୍କୁ ବଖ୍ତିୟାରପୁର RPF ପୋଷ୍ଟକୁ ନେଇ ପଚରାଉଚରା କରାଯିବା ପରେ ରେଳ ଆଇନର ଧାରା ୧୪୫ ଓ ୧୪୭ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ସୁରକ୍ଷା ଓ ଷ୍ଟେସନର ଶୃଙ୍ଖଳାକୁ ପ୍ରଭାବିତ କରୁଥିବା ଏଭଳି କାର୍ଯ୍ୟ ବିରୋଧରେ RPF ନଜର ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories