Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bombay High Court: SIR ପ୍ରକ୍ରିୟାକୁ ନେଇ ବମ୍ବେ କୋର୍ଟଙ୍କ କଡ଼ା ଟିପ୍ପଣୀ: ‘ଆଇନ ଅନୁସାରେ ଚାଲିବ ବ୍ୟବସ୍ଥା, ସଫ୍ଟୱେର ଅନୁସାରେ ନୁହେଁ’

ନୂଆଦିଲ୍ଲୀ: ମତଦାତା ତାଲିକାର ସ୍ୱତନ୍ତ୍ର ପୁନଃନିରୀକ୍ଷଣ (SIR) ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟ ନିର୍ବାଚନ ଆୟୋଗକୁ ପ୍ରଶ୍ନ କରିଛନ୍ତି। ଗୋଆର ସାନ୍ତା କ୍ରୁଜ୍‌ର ଏକ ପରିବାରର ୬ ଜଣ ସଦସ୍ୟଙ୍କ ନାଁ SIR ସମୟରେ ଭୋଟର ତାଲିକାରୁ ହଟିଯିବା ମାମଲାର ଶୁଣାଣି ବେଳେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ପରିବାର ପକ୍ଷରୁ ଠିକଣା ପରିବର୍ତ୍ତନ ପାଇଁ ‘ଫର୍ମ ୮’ ଦାଖଲ କରାଯାଇଥିଲେ ମଧ୍ୟ ନାଁ ହଟିଥିବା ଅଭିଯୋଗ ହୋଇଛି।

ଶୁଣାଣି ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଥିଲା ଯେ SIRର enumeration ପର୍ଯ୍ୟାୟରେ ସିଷ୍ଟମ ‘ଫର୍ମ ୮’ ପ୍ରକ୍ରିୟାକରଣକୁ ଅନୁମତି ଦେଉନଥିଲା। ଏହା ଉପରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ସଫ୍ଟୱେରର ସୀମାବଦ୍ଧତା କିପରି ଆଇନଗତ ପ୍ରକ୍ରିୟାଠାରୁ ଉପରେ ହୋଇପାରେ। କୋର୍ଟ କହିଥିଲେ ଯେ ପ୍ରଯୁକ୍ତି ବ୍ୟବସ୍ଥା ଆଇନର ପାଳନକୁ ବାଧା ଦେଇପାରିବ ନାହିଁ।

କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭୋଟର ତାଲିକାରୁ ନାଁ ହଟାଇବା ଭଳି ପଦକ୍ଷେପରେ ଆଇନ ଅନୁଯାୟୀ ପ୍ରକ୍ରିୟା ଓ ଆବଶ୍ୟକ ସୁଯୋଗ ଦେବାର ବ୍ୟବସ୍ଥା ରହିବା ଦରକାର। ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସରମାନେ କେବଳ ସଫ୍ଟୱେରର ନିର୍ଦ୍ଦେଶ ଉପରେ ନିର୍ଭର ନହୋଇ ନିଜ ଆଇନଗତ ଦାୟିତ୍ୱ ପାଳନ କରିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ କୋର୍ଟରେ ଉପସ୍ଥିତ ହେବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ