Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gurugram Cyber Crime: Instagramରେ ପ୍ରେମ, ବିବାହର ପ୍ରତିଶ୍ରୁତି ପରେ ୯୦୦ ୟୁରୋ ଠକେଇ ଅଭିଯୋଗ; ଇଟାଲୀରୁ ଦିଲ୍ଲୀ ଆସିଲେ ମହିଳା

ନୂଆଦିଲ୍ଲୀ: ଇଟାଲୀର ୫୦ ବର୍ଷୀୟ ଜୁଏଲେରୀ ଡିଜାଇନର୍ ଡାନିଏଲା ଡି ପିଏତ୍ରି ଜଣେ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଭାରତ ଆସିଛନ୍ତି। ଡାନିଏଲାଙ୍କ ଅଭିଯୋଗ ଅନୁସାରେ, ମାର୍ଚ୍ଚରେ Instagram ମାଧ୍ୟମରେ ଗୁରୁଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପରିଚୟ ହୋଇଥିଲା। କିଛି ମାସ ଧରି ଉକ୍ତ ବ୍ୟକ୍ତି ତାଙ୍କୁ ପ୍ରେମ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇଥିବା ଏବଂ ପରେ ଟଙ୍କା ମାଗିଥିବା ସେ ଅଭିଯୋଗ କରିଛନ୍ତି। ଡାନିଏଲା ଅଗଷ୍ଟ ୪ ଓ ସେପ୍ଟେମ୍ବର ୯ରେ ଦୁଇଥରରେ ମୋଟ 900 ୟୁରୋ ପଠାଇଥିବା କହିଛନ୍ତି। ଯାହାର ମୂଲ୍ୟ ପ୍ରାୟ ଭାରତୀୟ ମୁଦ୍ରା ହିସାବରେ ୯୭, ୮୧୬.୫୦ ଟଙ୍କା |

ଏହି ଘଟଣାରେ ଅଭିଯୋଗ ଦାଖଲ ପାଇଁ ଡାନିଏଲା ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ସିଧାସଳଖ ଗୁରୁଗ୍ରାମର ଜଣେ ସିନିୟର ପୁଲିସ ଅଧିକାରୀଙ୍କୁ ଭେଟିଥିଲେ। ତାଙ୍କ ଲିଖିତ ଅଭିଯୋଗ ଆଧାରରେ Cybercrime West ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪) ଅଧୀନରେ FIR ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଉକ୍ତ ବ୍ୟକ୍ତି ନିଜକୁ ଗୁରୁଗ୍ରାମର ଜୁଏଲେରୀ ଡିଜାଇନର୍ ଏବଂ ‘AI film creator’ ଭାବେ ପରିଚୟ ଦେଇଥିଲେ। ପରେ ଚାକିରି ହରାଇଥିବା କହି ଆର୍ଥିକ ସାହାଯ୍ୟ ମାଗିଥିବା ଡାନିଏଲାଙ୍କ ଅଭିଯୋଗ।

ପୁଲିସ କହିଛି ଯେ, ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜାଯାଉଛି। ଡାନିଏଲାଙ୍କ କହିବା ଅନୁସାରେ, ଏହି ମାମଲା କେବଳ ଟଙ୍କାର ନୁହେଁ, ବରଂ ତାଙ୍କ ବିଶ୍ୱାସ ଭାଙ୍ଗିବାର ଘଟଣା। ପୁଲିସ ମଧ୍ୟ କହିଛି ଯେ, ଅଭିଯୁକ୍ତ ଦୁଇଟି Instagram ଆକାଉଣ୍ଟ ଚଳାଉଥିବା ତଥ୍ୟ ମିଳିଛି ଏବଂ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories