Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Amitabh Bachchan: ‘Kaun Banega Crorepati 18’ ସେଟ୍‌ରେ ହଠାତ୍ ପଡ଼ିଗଲେ ଅମିତାଭ, ଆଣ୍ଠୁରେ ଲାଗିଲା ଆଘାତ

ମୁମ୍ବାଇ:” ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ନୂଆ ଅପଡେଟ୍‌। ‘Kaun Banega Crorepati 18’ର ସୁଟିଂ ସମୟରେ ହଠାତ୍ ପଡ଼ିଯିବାରୁ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ତେବେ ଆହତ ହେବା ସତ୍ତ୍ୱେ ଅମିତାଭ ବଚ୍ଚନ ସୁଟିଂ ବନ୍ଦ କରିନାହାନ୍ତି। ତାଙ୍କ କାମ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜାରି ରହିଥିବା ରିପୋର୍ଟ ହୋଇଛି। ଦୀର୍ଘ ସମୟ ଧରି ଟେଲିଭିଜନର ଲୋକପ୍ରିୟ କ୍ୱିଜ୍‌ ସୋ’ ‘Kaun Banega Crorepati’ର ହୋଷ୍ଟ ଭାବେ ସେ ଦର୍ଶକଙ୍କ ସହ ଯୋଡ଼ି ହୋଇଆସୁଛନ୍ତି।

ବର୍ତ୍ତମାନ ତାଙ୍କ ଆଘାତ କେତେ ଗୁରୁତର ଏବଂ ଏଥିପାଇଁ କୌଣସି ବିଶେଷ ଚିକିତ୍ସା ଆବଶ୍ୟକ କି ନାହିଁ, ସେନେଇ ବିସ୍ତୃତ ସୂଚନା ସାମ୍ନାକୁ ଆସିନାହିଁ। ତେବେ ସୁଟିଂ ଜାରି ରହିଥିବାରୁ ଏହା ତାଙ୍କ କାର୍ଯ୍ୟସୂଚୀକୁ ଏପର୍ଯ୍ୟନ୍ତ ପ୍ରଭାବିତ କରିନଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ