Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

LPG Price Hike: ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦାମ, ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ କମର୍ସିଆଲ LPG ସିଲିଣ୍ଡରର ଦାମ ବଢ଼ିଛି। ୧୯ କିଲୋଗ୍ରାମ୍‌ର କମର୍ସିଆଲ ସିଲିଣ୍ଡର ଦାମ ବିଭିନ୍ନ ପ୍ରମୁଖ ସହରରେ ସର୍ବାଧିକ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ୍‌ ସିଲିଣ୍ଡର ଦାମ ୬୨.୫୦ ଟଙ୍କା ବୃଦ୍ଧି ପାଇ ୨,୮୧୦ ଟଙ୍କା ହୋଇଛି।

କମର୍ସିଆଲ ସିଲିଣ୍ଡର ଦାମ ବୃଦ୍ଧି ପରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ରନ୍ଧନ ଗ୍ୟାସ୍‌ ଖର୍ଚ୍ଚ ବଢ଼ିପାରେ। ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ୧୪.୨ କିଲୋଗ୍ରାମ୍‌ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଫଳରେ ଘରେ ବ୍ୟବହାର ହେଉଥିବା ଘରୋଇ LPG ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି। ଅର୍ଥାତ୍‌ ଅକ୍ଟୋବରରେ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚର ପ୍ରଭାବ ପଡ଼ିବାକୁ ଥିବାବେଳେ ଘରୋଇ LPG ଉପଭୋକ୍ତାଙ୍କ ପାଇଁ ଏଥର ଦର ବୃଦ୍ଧି ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ