Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SIR Controversy: SIRକୁ ନେଇ CJPର ଆନ୍ଦୋଳନ ଘୋଷଣା, CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

SIR ପ୍ରକ୍ରିୟା ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ ଘୋଷଣା କରିଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସୂଚନା ଅନୁସାରେ, ଶୁକ୍ରବାର ମୁମ୍ବାଇରେ ଆନ୍ଦୋଳନ କରାଯିବ। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଆନ୍ଦୋଳନ କରାଯିବ ବୋଲି ଦଳ କହିଛି।

ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ CJP ପକ୍ଷରୁ SIR ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଛି। ଦଳ ୨୦୨୫ର SIR ତାଲିକାକୁ ଫ୍ରିଜ୍ କରିବା ସହ ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକଙ୍କ ସମ୍ପର୍କରେ ସ୍ପଷ୍ଟତା ଦାବି କରିଛି। ଏଥିସହ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା, ତାଙ୍କ ବିରୋଧରେ ମାମଲା ଏବଂ ନୂଆ CEC ଚୟନ ପାଇଁ ଏକ ସ୍ୱାଧୀନ ସଂସ୍ଥା ଗଠନ ଦାବି କରାଯାଇଛି। CEC ନିଯୁକ୍ତି ପ୍ରକ୍ରିୟାରେ ସିଭିଲ୍ ସୋସାଇଟିର ଭୂମିକା ରହିବା ଉଚିତ ବୋଲି ମଧ୍ୟ ଦଳ ମତ ରଖିଛି।

ଆନ୍ଦୋଳନ ପାଇଁ ମୁମ୍ବାଇର ଶିବାଜୀ ପାର୍କ ଗେଟ୍ ନମ୍ବର-୬ ନିକଟରେ ଏକାଠି ହେବାକୁ CJP ଆହ୍ୱାନ ଦେଇଛି। ଦିଲ୍ଲୀର ଜନ୍ତର ମନ୍ତରରେ ମଧ୍ୟ ଧାରଣା ଦିଆଯିବ ଏବଂ CECଙ୍କ ଇସ୍ତଫା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳର ପ୍ରତିଷ୍ଠାତା କହିଛନ୍ତି। ତେବେ ମୁମ୍ବାଇର ଆଜାଦ ମୈଦାନରେ ଆନ୍ଦୋଳନ ପାଇଁ ପୁଲିସ ଅନୁମତି ଦେଇନଥିବା ଜଣାପଡ଼ିଛି। ସେପ୍ଟେମ୍ବର ୨୩ରେ SIR ଓ ନିର୍ବାଚନ କମିଶନ ସମ୍ପର୍କିତ ଖବର ପ୍ରକାଶ ପରେ CJP ପକ୍ଷରୁ ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ଆନ୍ଦୋଳନ ଘୋଷଣା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ