Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Smit Machchhar Health: ଆହତ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସ୍ୱାସ୍ଥ୍ୟରେ ସୁଧାର, ହସ୍ପିଟାଲରେ ଭେଟିଲେ ଭାରତୀୟ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ହେଉଥିବା ଜଣାପଡ଼ିଛି। ସାଉଦି ଆରବର ତାବୁକ୍ ସହରର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବା ସୂଚନା ଦିଆଯାଇଛି। ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ହସ୍ପିଟାଲରେ ପହଞ୍ଚି ସ୍ମିତ୍ ମଚ୍ଛାରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଛନ୍ତି।

ଫ୍ଲାଏଦୁବାଇର FZ-1073 ବିମାନ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ସମୟରେ କକପିଟ୍‌ରେ ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ, ସହ-ପାଇଲଟ୍ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ଏହାପରେ ବିମାନଟି ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଘଟଣାରେ କ୍ୟାପ୍ଟେନ୍ ମଚ୍ଛାର ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବିମାନରେ ଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସେ ପରିସ୍ଥିତିକୁ ସମ୍ଭାଳିଥିବା ନେଇ ପ୍ରଶଂସା କରାଯାଉଛି।

ଏହି ଘଟଣାକୁ ନେଇ UAE କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି। UAE ଆଟର୍ଣ୍ଣି ଜେନେରାଲ ଡା. ହମାଦ ଅଲ୍ ଶାମସି ଘଟଣାର ପରିସ୍ଥିତି ଓ କାରଣ ଯାଞ୍ଚ ପାଇଁ ପବ୍ଲିକ୍ ପ୍ରସିକ୍ୟୁସନର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସାଉଦି ଆରବରେ ମଧ୍ୟ ପ୍ରାଥମିକ ତଦନ୍ତ କରାଯାଇଛି। ଘଟଣାର ପ୍ରକୃତ କାରଣ ଓ କକପିଟ୍‌ରେ ଘଟିଥିବା ଘଟଣାକ୍ରମ ତଦନ୍ତ ପରେ ଅଧିକ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ