Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gandhi Jayanti 2026: ଗୋଟିଏ ତାରିଖରେ ଜନ୍ମ ନେଇଥିଲେ ଦୁଇ ମହାନ ନେତା, ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେ ପକାଉଛି ଦେଶ

ଭୁବନେଶ୍ୱର: ଆଜି ଅକ୍ଟୋବର ୨। ଦେଶ ପାଳନ କରୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ। ଭାରତୀୟ ଇତିହାସରେ ଏହି ଦିନର ରହିଛି ବିଶେଷ ମହତ୍ତ୍ୱ। ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସତ୍ୟ ଓ ଅହିଂସାକୁ ନିଜର ମୁଖ୍ୟ ମାର୍ଗ କରି ସେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ‘ଭାରତ ଛାଡ଼’ ଆନ୍ଦୋଳନ ଭଳି ଐତିହାସିକ ଆନ୍ଦୋଳନରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ସେହିପରି ୧୯୦୪ ମସିହା ଅକ୍ଟୋବର ୨ରେ ଉତ୍ତରପ୍ରଦେଶର ମୁଗଲସରାୟରେ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ନେଇଥିଲେ। ସରଳ ଜୀବନ, ବିନମ୍ରତା ଓ ଦୃଢ଼ ନେତୃତ୍ୱ ପାଇଁ ସେ ଦେଶବାସୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି। ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶର ନେତୃତ୍ୱ ନେଇଥିଲେ। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଦେଶବାସୀଙ୍କୁ ଏକାଠି କରିବା ସହ ଦେଶର ସୈନିକ ଓ କୃଷକଙ୍କ ଗୁରୁତ୍ୱକୁ ଉଲ୍ଲେଖ କରି ସେ ‘ଜୟ ଯବାନ, ଜୟ କିଷାନ’ର ନାରା ଦେଇଥିଲେ।

ଏହି ଦୁଇ ମହାନ ନେତାଙ୍କ ଜନ୍ମଦିନ ଏକେ ତାରିଖରେ ପଡ଼ୁଥିବାରୁ ଅକ୍ଟୋବର ୨ ଭାରତ ପାଇଁ ଏକ ସ୍ମରଣୀୟ ଦିନ। ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ବାର୍ତ୍ତା ସହ ଶାସ୍ତ୍ରୀଙ୍କ ସରଳତା ଓ ଦେଶସେବାର ଆଦର୍ଶକୁ ଏହି ଅବସରରେ ମନେ ପକାଉଛନ୍ତି ଦେଶବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ