Diveagar Beach Accident: ପୁଣେରୁ ପିକନିକ୍ରେ ଯାଇଥିବା ୮ ଛାତ୍ର ସମୁଦ୍ରରେ ବୁଡ଼ିଗଲେ, ଘଟଣାରେ ପୋଲିସର ତଦନ୍ତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଦିଭେଆଗର ବେଳାଭୂମିରେ ପିକନିକ୍ ସମୟରେ ଏକ ବଡ଼ ଅଘଟଣ ଘଟିଛି। ପୁଣେର ଏକ ଘରୋଇ କୋଚିଂ ସଂସ୍ଥା ପକ୍ଷରୁ ଆୟୋଜିତ ପିକନିକ୍ରେ ଯାଇଥିବା ୮ ଜଣ ଛାତ୍ର ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ତଲାସୀ ଅଭିଯାନ ଚାଲିଛି।
ସୂଚନା ଅନୁସାରେ, ମୋଟ ୪୨ ଜଣ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକଙ୍କ ଏକ ଦଳ ପୁଣେର ଆଲନ୍ଦିରୁ ଦିଭେଆଗରକୁ ପିକନିକ୍ ପାଇଁ ଯାଇଥିଲା। ଦଳରେ ୨୫ ଜଣ ଛାତ୍ର ଓ ୧୭ ଜଣ ଛାତ୍ରୀ ଥିଲେ। ବେଳାଭୂମିରେ ଥିବା ସମୟରେ କିଛି ଛାତ୍ର ସମୁଦ୍ରକୁ ଯାଇଥିବା ବେଳେ ଅଘଟଣ ଘଟିଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ପିକନିକ୍ରେ ଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ମଧ୍ୟ ଯାଞ୍ଚ କରାଯାଉଛି।

