Omfed Milk price Hike: ଅକ୍ଟୋବର ୪ରୁ ବଦଳିବ ଓମଫେଡ୍ କ୍ଷୀରର ଦର, ଲିଟର ପିଛା ୨-୪ ଟଙ୍କା ବୃଦ୍ଧି
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୪ ତାରିଖରୁ ଓମଫେଡ୍ କ୍ଷୀରର ଦର ବୃଦ୍ଧି ପାଇବ। ବିଭିନ୍ନ ପ୍ରକାର କ୍ଷୀରର ମୂଲ୍ୟ ଲିଟର ପିଛା ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଥିବା ସୂଚନା ମିଳିଛି। ଏହି ଦର ବୃଦ୍ଧି ପରେ ଟୋନ୍ଡ୍ ମିଲ୍କର ମୂଲ୍ୟ ଲିଟର ପିଛା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ହେବ। ସେହିପରି ୫୦୦ ମିଲିଲିଟର ଟୋନ୍ଡ୍ ମିଲ୍କ ପ୍ୟାକେଟ୍ର ଦାମ ମଧ୍ୟ ୨ ଟଙ୍କା ବଢ଼ିବ।
ଏହା ସହିତ ପ୍ରିମିୟମ୍ ମିଲ୍କର ଦର ମଧ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ଏହାର ମୂଲ୍ୟ ୫୮ ଟଙ୍କାରୁ ବଢ଼ି ୬୦ ଟଙ୍କା ପ୍ରତି ଲିଟର ହେବ। ଅନ୍ୟପକ୍ଷରେ, ଗୋଲ୍ଡ ପ୍ଲସ୍ ମିଲ୍କର ଦର ଲିଟର ପିଛା ୨ ଟଙ୍କା ବଢ଼ି ୬୪ ଟଙ୍କାରୁ ୬୬ ଟଙ୍କା ହେବ।
ଅକ୍ଟୋବର ୪ରୁ ଲାଗୁ ହେବାକୁ ଥିବା ଏହି ନୂଆ ଦର ଫଳରେ ଓମଫେଡ୍ କ୍ଷୀର କିଣୁଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ପଡ଼ିବ। ବିଶେଷକରି ନିୟମିତ ଭାବେ କ୍ଷୀର କିଣୁଥିବା ପରିବାରଗୁଡ଼ିକୁ ଏହି ଦର ବୃଦ୍ଧି ଅନୁଯାୟୀ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

