Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Reliance Nuclear Power: ବଙ୍ଗରେ ପରମାଣୁ ପ୍ଲାଣ୍ଟ ପାଇଁ ରିଲାଏନ୍ସର ପ୍ରସ୍ତାବ, ୧୫ ବର୍ଷ ପରେ ପୁଣି ଚର୍ଚ୍ଚାରେ ହରିପୁର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବୁଧବାର ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲଙ୍କ ସହ ହୋଇଥିବା ବୈଠକରେ କମ୍ପାନୀ ପକ୍ଷରୁ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସହ ହୋଟେଲ, ଆଧୁନିକ ଡାଟା ସେଣ୍ଟର ଏବଂ କୋଇଲା ଗ୍ୟାସିଫିକେସନ୍ ୟୁନିଟ୍ ବିକାଶ ନେଇ ମଧ୍ୟ ପ୍ରସ୍ତାବ ରଖାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସରକାରୀ ସୂତ୍ର ଅନୁସାରେ, ରିଲାଏନ୍ସ ପକ୍ଷରୁ ପୂର୍ବ ମେଦିନୀପୁର ଜିଲ୍ଲାର କଣ୍ଟାଇ ନିକଟସ୍ଥ ଉପକୂଳବର୍ତ୍ତୀ ହରିପୁର ଗାଁରେ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ନେଇ ପ୍ରସ୍ତାବ ଦିଆଯାଇଛି। ଏହି ସ୍ଥାନରେ ପ୍ରାୟ ୧୫ ବର୍ଷ ପୂର୍ବେ ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCIL) ପକ୍ଷରୁ ୧,୦୦୦ ମେଗାୱାଟ୍‌ର ପରମାଣୁ ପ୍ରକଳ୍ପ କରିବାର ଯୋଜନା ଥିଲା। ତେବେ ସେହି ପ୍ରସ୍ତାବିତ ପ୍ରକଳ୍ପ ପରେ ଆଗକୁ ବଢ଼ିନଥିଲା।

ଏବେ ରିଲାଏନ୍ସ ପକ୍ଷରୁ ହରିପୁରରେ ପରମାଣୁ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସହିତ ରାଜ୍ୟରେ ହୋଟେଲ, ଡାଟା ସେଣ୍ଟର ଓ କୋଇଲା ଗ୍ୟାସିଫିକେସନ୍ ସୁବିଧା ବିକାଶ ନେଇ ମଧ୍ୟ କମ୍ପାନୀର ଯୋଜନା ରହିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ