Anant Ambani Andhra Pradesh: ଚନ୍ଦ୍ରବାବୁ ନାଇଡୁଙ୍କୁ ଅନନ୍ତ ଅମ୍ବାନୀଙ୍କ ଅନୁରୋଧ, କହିଲେ- ‘ମୋତେ ଆନ୍ଧ୍ରର ପୁଅ ଭାବନ୍ତୁ’
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଅନନ୍ତ ଅମ୍ବାନୀ ଆନ୍ଧ୍ରପ୍ରଦେଶରେ ଗ୍ଲୋବାଲ୍ ହର୍ଟିକଲଚର୍ ହବ୍ ଓ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର୍ର ଭିତ୍ତିପ୍ରସ୍ତର ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କୁ ‘ଆନ୍ଧ୍ରର ପୁଅ’ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ଅନନ୍ତ ଅମ୍ବାନୀ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ନୂଆ ପଦକ୍ଷେପକୁ ନେଇ ନିଜ ଉତ୍ସାହ ପ୍ରକାଶ କରିଥିଲେ। ଗ୍ଲୋବାଲ୍ ହର୍ଟିକଲଚର୍ ହବ୍ ଓ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର୍ର ପ୍ରତିଷ୍ଠା ଆନ୍ଧ୍ରପ୍ରଦେଶର କୃଷି କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ଆଧୁନିକ ପ୍ରଯୁକ୍ତିର ପ୍ରସାରକୁ ସହାୟତା କରିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଓ ରିଲାଏନ୍ସ ମଧ୍ୟରେ ସହଯୋଗ ହୋଇଛି।
ଏହା ସହ ଆନ୍ଧ୍ରପ୍ରଦେଶ ସରକାର ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର୍ର ପ୍ରତିଷ୍ଠା ଓ ପରିଚାଳନା ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହି ସହଯୋଗ ମାଧ୍ୟମରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯିବ।

