Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gyanesh Kumar Vigilance Probe: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ୨୦୦୬ର ମାମଲାରେ ପୁଣି ତଦନ୍ତ, ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ ପୂର୍ବ ଚାକିରି ସମୟର ଏକ ପୁରୁଣା ମାମଲା ପୁଣି ସାମ୍ନାକୁ ଆସିଛି। ୨୦୦୬ର କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରକଳ୍ପ (KSTP) ସହ ଜଡ଼ିତ କଥିତ ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ କେରଳ ସରକାର Vigilance and Anti-Corruption Bureau (VACB) ତଦନ୍ତ ଆରମ୍ଭ କରିବାକୁ ଆଦେଶ ଦେଇଛି। ସେହି ସମୟରେ ଜ୍ଞାନେଶ କୁମାର କେରଳର ପବ୍ଲିକ୍ ୱର୍କ୍ସ ବିଭାଗ (PWD)ର ସଚିବ ଥିଲେ।

ଏହି ମାମଲା ମାଲେସିଆର ଇଞ୍ଜିନିୟର ଲି ସି ବିନ୍‌ଙ୍କ ୨୦୦୬ରେ ଆତ୍ମହତ୍ୟା ସହ ଜଡ଼ିତ। ଅଭିଯୋଗ ଅନୁସାରେ, KSTPର MC Road ପ୍ରକଳ୍ପରେ କାମ କରୁଥିବା ଲି ସି ବିନ୍ ତାଙ୍କ ଚିଠିରେ ପ୍ରକଳ୍ପ ସମ୍ପର୍କିତ ଅନିୟମିତତା ଓ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ କରିଥିଲେ। ତେବେ ଏହି ସବୁ ଅଭିଯୋଗର ସତ୍ୟତା ଏବେ ଆରମ୍ଭ ହେବାକୁ ଥିବା Vigilance ତଦନ୍ତରେ ଯାଞ୍ଚ କରାଯିବ।

ଅନ୍ୟପକ୍ଷରେ, ବର୍ତ୍ତମାନ ନିର୍ବାଚନ କମିସନର କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଓ ପ୍ରତିବାଦ ଚାଲିଛି। ଭୋଟର ତାଲିକା ସଂଶୋଧନ ଏବଂ କିଛି ନିଷ୍ପତ୍ତିକୁ ନେଇ ଦାଏର ହୋଇଥିବା ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ରିପୋର୍ଟ ହୋଇଛି। ଏହି ପରିସ୍ଥିତିରେ ପୁରୁଣା ମାମଲାରେ ନୂଆ Vigilance ତଦନ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories