UCC in West Bengal: ବଙ୍ଗଳରେ ଲାଗୁ ହେବ Uniform Civil Code! ସୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ Uniform Civil Code (UCC) ଲାଗୁ କରିବାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ବଡ଼ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ଆଗକୁ UCC ଲାଗୁ କରାଯିବ ବୋଲି ସେ ତାଙ୍କ ଘୋଷଣାରେ କହିଛନ୍ତି | ଯଦି ପଶ୍ଚମବଙ୍ଗରେ UCC ଲାଗୁ ହୁଏ ତେବେ ଏହା ତୃତୀୟ ରାଜ୍ୟ ଭାବେ ମାନ୍ୟତା ପାଇବ ବୋଲି ସେ ଦାବି କରିଛନ୍ତି | ଅନ୍ୟପଟେ ଆସାମ ମଧ୍ୟ ଏହି ଗଣନାରେ ରହିଛି | ଗୁଜରାଟ UCC ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ମିଳିବା ପରେ ଏହି ଦାବି ସାମ୍ନାକୁ ଆସିଛି।
ଗୁଜରାଟ ବିଧାନସଭା ୨୦୨୬ ମାର୍ଚ୍ଚରେ UCC ବିଲ୍ ପାସ୍ କରିଥିଲା ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି। ତେବେ ଆଇନଟି କେବେଠାରୁ କାର୍ଯ୍ୟକାରୀ ହେବ, ସେନେଇ ରାଜ୍ୟ ସରକାର ଅଲଗା ବିଜ୍ଞପ୍ତି ଜାରି କରିବ। ଅନ୍ୟପଟେ, ଆସାମର UCC ବିଲ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବାରୁ UCC ଲାଗୁ କରିବାକୁ ନେଇ ରାଜ୍ୟଗୁଡ଼ିକରେ ଚର୍ଚ୍ଚା ବଢ଼ିଛି।
ସୁଭେନ୍ଦୁ ଅଧିକାରୀ ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରସ୍ତାବିତ UCC ନେଇ ବିଭିନ୍ନ ଡିଭିଜନରେ ଜନଶୁଣାଣି କରାଯିବ ବୋଲି କହିଥିଲେ। ପ୍ରେସିଡେନ୍ସି, ବର୍ଦ୍ଧମାନ, ମେଦିନୀପୁର, ମାଲଦା ଓ ଜଲପାଇଗୁଡ଼ି ଡିଭିଜନରେ ଲୋକଙ୍କ ମତାମତ ନିଆଯିବା ନେଇ ସେ ସୂଚନା ଦେଇଥିଲେ। ତେଣୁ ବଙ୍ଗଳରେ UCC ଲାଗୁ କରିବା ନେଇ ଆଗାମୀ ପଦକ୍ଷେପ ଉପରେ ଏବେ ନଜର ରହିଛି।

