Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sanjay Dutt On India: ‘ଦେଶରେ ପୂର୍ବଭଳି ଶାନ୍ତି ନାହିଁ’ ମନ୍ତବ୍ୟ ଦେଇ ଅଡୁଆରେ ବଲିଓଡ଼ ଷ୍ଟାର ସଞ୍ଜୟ ଦତ୍ତ, ବିବାଦ ବଢିବା ପରେ ରଖିଲେ ସ୍ପଷ୍ଟୀକରଣ

ମୁମ୍ବାଇ: ଭାରତକୁ ନେଇ ନିକଟରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। ଭାରତରେ ଆଉ ପୂର୍ବଭଳି ‘ଶାନ୍ତି’ ଅନୁଭବ ହେଉନାହିଁ ବୋଲି ତାଙ୍କ କଥାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା। ଏହା ପରେ ସଞ୍ଜୟ ଦତ୍ତ ଏହି ମନ୍ତବ୍ୟକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ବିବୃତ୍ତି ଦେଇ ସଞ୍ଜୟ ଦତ୍ତ କହିଛନ୍ତି ଯେ, ତାଙ୍କ ସହ ହୋଇଥିବା ଆଲୋଚନାଟି ପୂର୍ବରୁ ସ୍କ୍ରିପ୍ଟ କରାଯାଇଥିଲା ଏବଂ ଏହାକୁ ହାଲୁକା ମଜାଳିଆ ଢଙ୍ଗରେ କରାଯାଇଥିଲା। ତାଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା କିମ୍ବା ଅପମାନ କରିବା ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସଞ୍ଜୟ ଦତ୍ତ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, କୌଣସି ବ୍ୟକ୍ତି, ସମୁଦାୟ କିମ୍ବା ସଂସ୍ଥାର ଭାବନାକୁ ଆଘାତ ପହଞ୍ଚାଇବା, ଅପମାନ କରିବା କିମ୍ବା ଅସମ୍ମାନ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା। ତାଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ପରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅଭିନେତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories