B-1 Bomber Withdrawal: ବ୍ରିଟେନରୁ ହଟିଲା ଆମେରିକାର ୧୨ ଯୁଦ୍ଧବିମାନ, ଏୟାରବେସ୍ ଉପରେ ଷଡ଼ଯନ୍ତ୍ର ଆଶଙ୍କା
ନୂଆଦିଲ୍ଲୀ: ବ୍ରିଟେନର RAF Fairford ଏୟାରବେସ୍ରୁ ଆମେରିକା ତା’ର ସମସ୍ତ ୧୨ଟି B-1 ବମ୍ବର ବିମାନକୁ ହଟାଇ ନେଇଛି। ଏହି ଘଟଣାର ଏକ ସପ୍ତାହ ପୂର୍ବରୁ ବ୍ରିଟିଶ ଅଧିକାରୀମାନେ ଏୟାରବେସ୍କୁ ଟାର୍ଗେଟ୍ କରିବା ନେଇ କଥିତ ଷଡ଼ଯନ୍ତ୍ର ମାମଲାରେ କିଛି ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ଯେ, B-1 ବିମାନଗୁଡ଼ିକୁ ଆମେରିକାର ନିଜସ୍ୱ ଏୟାରବେସ୍କୁ ପୁଣି ପଠାଇ ଦିଆଯାଇଛି।
ବ୍ରିଟେନର ଅଧିକାରୀମାନେ ଏହି କଥିତ ଷଡ଼ଯନ୍ତ୍ରରେ ଇରାନର ସମ୍ଭାବ୍ୟ ସମ୍ପୃକ୍ତି ଥାଇପାରେ ବୋଲି ସଙ୍କେତ ଦେଇଛନ୍ତି। ତେବେ ଇରାନ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ଏୟାରବେସ୍ର ସୁରକ୍ଷାକୁ ନେଇ ଆଶଙ୍କା ମଧ୍ୟରେ ଆମେରିକାର ଏହି ପଦକ୍ଷେପ ଆସିଛି।
ଅନ୍ୟପଟେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ସମୟରେ RAF Fairfordରୁ B-1 ବମ୍ବର ହଟାଇବା ଘଟଣା ଗୁରୁତ୍ୱ ବହନ କରୁଛି। ଏହା ସହିତ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଅଞ୍ଚଳରେ ମଧ୍ୟ ସୁରକ୍ଷା ସମ୍ପର୍କିତ ଚିନ୍ତା ଜାରି ରହିଛି।

