Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି; ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ ଜାରି

ମୟୂରଭଞ୍ଜ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ବେତନଟୀ R&B ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ସହ ସମ୍ପୃକ୍ତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ସୋମବାର ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ୧୦ଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ ହୋଇଛି। ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ଆଧାରରେ ଏହି ଅଭିଯାନ ଚାଲିଥିବା ରିପୋର୍ଟ ରହିଛି।

ଚଢ଼ାଉରେ ତାଙ୍କ ବେତନଟୀ କାର୍ଯ୍ୟାଳୟ ଓ ବାସଭବନ ସମେତ ବାଲେଶ୍ୱରର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା କୋଠା, ବସନ୍ତପୁରର ଫାର୍ମ ହାଉସ୍‌, ବାମପଦାସ୍ଥିତ ଘର ଏବଂ ଜଳେଶ୍ୱର ଅଞ୍ଚଳର ପୈତୃକ ଘର ରହିଛି। ଖୋର୍ଦ୍ଧାର ବାଲିଅନ୍ତାସ୍ଥିତ ଦୁଇ ମହଲା ଘର ସହ କିଛି ନିକଟ ସହଯୋଗୀଙ୍କ ଠିକଣାରେ ମଧ୍ୟ ତଲାସି ଚାଲିଛି। ଅଭିଯାନରେ ଭିଜିଲାନ୍ସର ଏକାଧିକ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି।

ତେବେ ଚଢ଼ାଉ ଶେଷ ହୋଇନଥିବାରୁ ଏପର୍ଯ୍ୟନ୍ତ ଠାବ କିମ୍ବା ଜବତ ହୋଇଥିବା ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଦସ୍ତାବିଜର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇନାହିଁ। ତଲାସି ପରେ ସମ୍ପତ୍ତି ଓ ଦସ୍ତାବିଜର ଯାଞ୍ଚ ଏବଂ ମୂଲ୍ୟାୟନ କରାଯିବ ବୋଲି ଜଣାପଡ଼ିଛି। ଭିଜିଲାନ୍ସର ପରବର୍ତ୍ତୀ ରିପୋର୍ଟ ପରେ ମାମଲାରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories