GIET College Protest: ସେଞ୍ଚୁରିଆନ ଏବଂ ଆଇନଷ୍ଟାଇନ କଲେଜ ପରେ ଏବେ Gandhi Institute for Education & Technologyରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ସାମ୍ନାକୁ ଆସିଲା ଭିଡିଓ
ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ Gandhi Institute for Education & Technology (GIET) କଲେଜରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ନେଇ ଚର୍ଚ୍ଚା ଜୋର ଧରିଛି। କଲେଜ ପରିସରରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ସେଞ୍ଚୁରିଆନର ଗାର୍ଲ୍ସ ହଷ୍ଟେଲରେ ଖାଦ୍ୟରୁ ଝିଟିପିଟି ମିଳିଥିବା ଅଭିଯୋଗକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାକୁ ନେଇ ଦୁଇ ଦିନ ଧରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଜାରି ରହିଥିବା ବେଳେ ଏବେ ଗିଫ୍ଟ କଲେଜରୁ ଏଭଳି ଛାତ୍ରଛାତ୍ରୀଙ୍କ କଲେଜ ଅଧିକାରୀଙ୍କ ବିରୁଦ୍ଧରେ ପ୍ରତିବାଦ ଦେଖିବାକୁ ମିଳିଛି |
କେବଳ ସେତିକି ନୁହେଁ ଭୁବନେଶ୍ୱର ସ୍ଥିତ ଆଇନଷ୍ଟାଇନ କଲେଜରୁ ମଧ୍ୟ ସମାନ ପ୍ରତିବାଦ ଦୃଶ୍ୟ ଭିଡିଓ ସାମ୍ନାକୁ ଆସିଛି | ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ରହିଥିଲା ବେଳେ ଏହାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳି ନାହିଁ |
ବିକ୍ଷୋଭର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ଘଟଣାଟି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ବଢ଼ିଛି। ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ, ଛାତ୍ରଛାତ୍ରୀଙ୍କ ଦାବି ଏବଂ କଲେଜ ପକ୍ଷର ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ହିଁ ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ।

