Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NSUI Protest: CEC Gyanesh Kumarଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ ଏନଏସୟୁଆଇ କର୍ମୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜନ୍ତର ମନ୍ତର ନିକଟରେ ଅକ୍ଟୋବର ୫ରେ NSUI କର୍ମୀମାନେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଆପତ୍ତି ଉଠାଇ NSUI ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା।

ଏହା ମଧ୍ୟରେ ଅକ୍ଟୋବର ୫ରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। CEC ଜ୍ଞାନେଶ କୁମାରଙ୍କ ନେତୃତ୍ୱାଧୀନ ନିର୍ବାଚନ କମିଶନରେ ଦୁଇ ନିର୍ବାଚନ କମିଶନରଙ୍କ ଅନୁମୋଦନ ବିନା କିଛି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଆବେଦନରେ କୋର୍ଟ ଏହି ନୋଟିସ୍ ଦେଇଛନ୍ତି।

ସୁପ୍ରିମକୋର୍ଟ ଏକ ସପ୍ତାହ ମଧ୍ୟରେ ଏହି ମାମଲାରେ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। ତେଣୁ ଗୋଟିଏ ପଟେ ଜ୍ଞାନେଶ କୁମାରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପ୍ରକ୍ରିୟାକୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ