Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Liquor Policy: ଆଗାମୀ ୩ ବର୍ଷ ଖୋଲିବନି ନୂଆ ମଦ ଦୋକାନ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଆଗାମୀ ୩ ବର୍ଷ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏପ୍ରିଲ ୧ରୁ ଲାଗୁ ହୋଇଥିବା ନୂଆ ଅବକାରୀ ନୀତି ଅନୁସାରେ ଏହି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର ସ୍ଥାନୀୟ ରେଳ ଅଡିଟୋରିୟମରେ କମିଶନରେଟ୍‌ ପୁଲିସ ପକ୍ଷରୁ ଆୟୋଜିତ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା ଯୋଗୁଁ କେବଳ ଜଣେ ବ୍ୟକ୍ତି ନୁହେଁ, ପରିବାର ଓ ସମାଜ ମଧ୍ୟ ପ୍ରଭାବିତ ହୁଏ। ଚୋରା ଓ ବିଷାକ୍ତ ମଦ କାରବାର ରୋକିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରାଯାଇଛି। ଏହାସହ ତମାଖୁ ଓ ନିକୋଟିନ୍‌ଯୁକ୍ତ ପାନ ମସଲା ଏବଂ ଗୁଟ୍‌ଖାର ଉତ୍ପାଦନ ଓ ବିକ୍ରି ବନ୍ଦ କରିବା ସହ ସ୍କୁଲ ଓ କଲେଜ କ୍ୟାମ୍ପସକୁ ନିଶାମୁକ୍ତ ଅଞ୍ଚଳ କରାଯାଇଛି। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ଆଡ଼କୁ ନେବା ‘ଜୀବନ ଜିନ୍ଦାବାଦ-୨.୦’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ନିଶାମୁକ୍ତ ଭାରତ’ ସମ୍ପର୍କିତ କମିଶନରେଟ୍‌ ପୁଲିସର ଏକ ୱେବସାଇଟ୍‌ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଳାକାରମାନେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ବହୁ ଯୁବକ-ଯୁବତୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ