Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vidyut Jammwal: ‘Street Fighter’ରେ ଧାଲସିମ୍ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମୱାଲ

ମୁମ୍ବାଇ: ଅଭିନେତା ବିଦ୍ୟୁତ ଜାମୱାଲ ଏବେ ହଲିଉଡ୍‌ ଫିଲ୍ମ ‘Street Fighter’ରେ ଧାଲସିମ୍ ଭୂମିକାରେ ନଜର ଆସିବେ। ମାର୍ଶାଲ ଆର୍ଟରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଏହି ଫିଲ୍ମ ପାଇଁ ସେ କଳରିପୟଟ୍ଟୁରେ ଶିଖିଥିବା ଯୁଦ୍ଧକଳାର ମଧ୍ୟ ସାହାଯ୍ୟ ନେଇଛନ୍ତି। ବିଦ୍ୟୁତଙ୍କ କହିବା ଅନୁସାରେ, ସେ ୩ ବର୍ଷ ବୟସରୁ ମାର୍ଶାଲ ଆର୍ଟ ଶିଖୁଛନ୍ତି।

ଧାଲସିମ୍ ଭୂମିକା ବିଷୟରେ ବିଦ୍ୟୁତ କହିଛନ୍ତି, ଏହି ଚରିତ୍ର ପାଇଁ କେବଳ ଶରୀରରେ ପରିବର୍ତ୍ତନ କରିବା ଯଥେଷ୍ଟ ନୁହେଁ। ଚରିତ୍ରର ମନ, ଭାବନା ଓ ଚିନ୍ତାଧାରାକୁ ମଧ୍ୟ ବୁଝିବା ଦରକାର। ସେଥିପାଇଁ ଧାଲସିମ୍‌ଙ୍କ ଚରିତ୍ରକୁ ଭଲ ଭାବେ ବୁଝି ଅଭିନୟ କରିଥିବା ସେ କହିଛନ୍ତି।

କିତାଓ ସାକୁରାଇଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି ‘Street Fighter’। ଫିଲ୍ମରେ ବିଦ୍ୟୁତଙ୍କ ସହ ଜେସନ୍ ମୋମୋଆ, ନୋଆ ସେଣ୍ଟିନିଓ, ଆଣ୍ଡ୍ରୁ କୋଜି ଓ କାଲିନା ଲିଆଙ୍ଗ ମଧ୍ୟ ଅଭିନୟ କରିଛନ୍ତି। ଭାରତରେ ଏହି ଫିଲ୍ମ ୨୦୨୬ ଅକ୍ଟୋବର ୧୬ରେ ରିଲିଜ୍ ହେବାକୁ ଯାଉଛି | ମୁଭିର ରିଲିଜକୁ ନେଇ ଦର୍ଶକ ବେଶ ଉତ୍ସାହିତ ରହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ