Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମା ର ସଦଗତି କାମନା କରି ଭାରତୀୟ ଜନତା ପାର୍ଟି ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବୀରମହାରାଜପୁର : ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ରେ ମୃତକଙ୍କ ଆତ୍ମା ର ସଦଗତି କାମନା କରି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ ଭାଜପା ଦଳ ତରଫରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ଗ୍ରାମର ହାଇସ୍କୁଲ ନିକଟରେ ଥିବା ହନୁମାନ ମଣ୍ଡପ ପାଖରୁ କ୍ୟେଣ୍ଡେଲ ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପରେ ଗ୍ରାମର ଭଗବତମନ୍ଦିର ନିକଟରେ ବାଲେଶ୍ବର ବାହାନାଗା ରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ରେଳ ଯାତ୍ରୀ ଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବୀରମହାରାଜପୁର ନିର୍ବାଚନ ମଣ୍ଡଳିର ଗତ ବିଧାନସଭା ନିର୍ବାଚନ ରେ ଭାଜପା ର ବିଧାୟକ ପ୍ରାର୍ଥି ହୋଇଥିବା ଇଂ ରଘୁନାଥ ଜଗଦଲା ଙ୍କ ନେତୃତ୍ବରେ ଉକ୍ତ ଶୋଭାଯାତ୍ରା ରେ ଜିଲା ଭାଜପା ସମ୍ପାଦକ ବେଣୁଧର ଦାଶ, ଏକଲବ୍ୟ ବେହେରା, ଅଶୋକ କୁମାର ସାହୁ, ଲକ୍ଷିନ୍ଦ୍ର ପଧାନ, ସଞ୍ଜୟ ଭୋଇ, ଚୈତନ୍ୟ ସାହୁ, ବସୁଦେବ ମହାକୁର, ମଙ୍ଗୁଳୁ ଘିବିଲା, ଶେଷଦେବ ମାଝି,ଅଚ୍ୟୁତ ପଣ୍ଡା ପ୍ରମୁଖ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ