Punjab CBI Probe: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ଦୁର୍ନୀତି ଅଭିଯୋଗ, CBI କରିବ ତଦନ୍ତ
ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଦୁର୍ନୀତି ଅଭିଯୋଗର ତଦନ୍ତ ଏବେ CBI କରିବ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ମାମଲାକୁ CBIକୁ ଦେଇଛନ୍ତି। ଇଡି ପଞ୍ଜାବ DGPଙ୍କୁ ତିନୋଟି ଚିଠି ଲେଖି ଏହି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଓ ମାମଲା ରୁଜୁ କରିବାକୁ କହିଥିଲା।
ଇଡିର ଚିଠିରେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି, ଜମି ବ୍ୟବହାର ପରିବର୍ତ୍ତନ (CLU) ଏବଂ ସରକାରୀ କାମକାଜରେ ଦୁର୍ନୀତି ହେଉଥିବା ଅଭିଯୋଗ ରହିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ OSD ରାଜବୀର ସିଂହ ଘୁମ୍ମନଙ୍କ ସମେତ କିଛି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତେବେ ଏଗୁଡ଼ିକ ଏବେ ଅଭିଯୋଗ ଅବସ୍ଥାରେ ରହିଛି।
ଏହି ମାମଲାରେ ଆଇନଜୀବୀ ନିଖିଲ ସରାଫ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ପଞ୍ଜାବ ପୋଲିସ ଇଡିର ଚିଠି ଉପରେ ମାମଲା ରୁଜୁ କରିନଥିବା ଅଭିଯୋଗ ଆସିବା ପରେ CBI ତଦନ୍ତ ଦାବି କରାଯାଇଥିଲା। ହାଇକୋର୍ଟ CBIକୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

