Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

2026 Nobel Prize in Medicine: ମେଡିସିନ୍‌ କ୍ଷେତ୍ରରେ ଗବେଷଣା ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ: ୨୦୨୬ ମସିହାର ଫିଜିଓଲୋଜି ବା ମେଡିସିନ୍‌ କ୍ଷେତ୍ରର ନୋବେଲ୍‌ ପୁରସ୍କାର ୩ ଜଣ ବୈଜ୍ଞାନିକଙ୍କୁ ଦିଆଯାଇଛି। ଜର୍ମାନୀର ପିଟର ହେଗେମାନ୍‌ ଓ ଜର୍ଜ ନାଗେଲ୍‌ଙ୍କ ସହ ଆମେରିକାର କାର୍ଲ ଡାଇସେରୋଥ୍‌ ଏହି ସମ୍ମାନ ପାଇଛନ୍ତି। ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍‌ ଚ୍ୟାନେଲ୍‌ ଏବଂ ଓପ୍ଟୋଜେନେଟିକ୍ସର ବିକାଶରେ ସେମାନଙ୍କ ଗବେଷଣା ପାଇଁ ଏହି ପୁରସ୍କାର ଦିଆଯାଇଛି।

ଓପ୍ଟୋଜେନେଟିକ୍ସ ଏକ ବୈଜ୍ଞାନିକ ପ୍ରଣାଳୀ, ଯାହାରେ ଆଲୋକ ବ୍ୟବହାର କରି ନିର୍ଦ୍ଦିଷ୍ଟ ନ୍ୟୁରନ୍‌ ବା ତାନ୍ତ୍ରିକ କୋଷିକାର କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇପାରେ। ଏହି ଗବେଷଣା ମାଧ୍ୟମରେ ଜୀବନ୍ତ ମସ୍ତିଷ୍କରେ କେଉଁ ନ୍ୟୁରନ୍‌ କିପରି କାମ କରୁଛି, ତାହାକୁ ଅଧିକ ସଠିକ୍‌ ଭାବେ ଅଧ୍ୟୟନ କରିବା ସମ୍ଭବ ହୋଇଛି।

ଏହି ପ୍ରଯୁକ୍ତି ମସ୍ତିଷ୍କର ଭିନ୍ନ ନ୍ୟୁରାଲ୍‌ ସର୍କିଟ୍‌ ଏବଂ ସେଗୁଡ଼ିକର କାର୍ଯ୍ୟ ବୁଝିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରୁଛି। ବିଶେଷକରି ନ୍ୟୁରନ୍‌ର କାର୍ଯ୍ୟକଳାପକୁ ଆଲୋକ ମାଧ୍ୟମରେ ଚାଲୁ କିମ୍ବା ବନ୍ଦ କରି ଅଧ୍ୟୟନ କରିବାର ସୁଯୋଗ ମିଳିଛି। ନୋବେଲ୍‌ କମିଟି ଏହାକୁ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ବୁଝିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ମାନିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ