Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Niladri Vihar Drama: ନିଶାସକ୍ତ ଯୁବକ-ଯୁବତୀଙ୍କ ରାସ୍ତାରେ ହାଇଡ୍ରାମା, ପୁଲିସ ଆସିବା ପୂର୍ବରୁ ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାର ଜିଏ ପ୍ଲଟ୍‌ ଅଞ୍ଚଳରେ ନିଶାସକ୍ତ ଯୁବକ-ଯୁବତୀଙ୍କ ହାଇଡ୍ରାମାକୁ ନେଇ ଚର୍ଚ୍ଚା ହୋଇଛି। ତେଜ୍ ପ୍ୟାଲେସ୍‌ ହୋଟେଲ୍‌ ସମ୍ମୁଖରେ ଜଣେ ଯୁବକ ଓ ଯୁବତୀ ରାସ୍ତା ଉପରେ ବାଇକ୍‌ ରଖି ଯାତାୟାତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହା ସହିତ ସେମାନେ ଆଖପାଖରେ ଥିବା ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଘଟଣାଟି ଘଟିଥିଲା। ଯୁବକ-ଯୁବତୀଙ୍କ ଏଭଳି ବ୍ୟବହାରକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ନିଜ ସାଙ୍ଗମାନଙ୍କୁ ଡାକିଥିବା ଅଭିଯୋଗ ହୋଇଛି। ପରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ହୋହଲ୍ଲା ଓ ଗାଳିଗୁଲଜ ଚାଲିଥିବାରୁ ଲୋକେ ଅତିଷ୍ଠ ହୋଇ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ।

ଖବର ପାଇବା ପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲା। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଯୁବକ-ଯୁବତୀ ଓ ସେମାନଙ୍କ ସାଙ୍ଗମାନେ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ