Pitabas Panda Murder Case: ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଗୋସାଣୀନୂଆଗାଁ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା!
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ନୂଆ ମୋଡ଼ ଆସିଛି। ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କୁ ଗୋସାଣୀନୂଆଗାଁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ମାମଲାରେ ଆଇନଜୀବୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି।
ସାକ୍ଷୀଙ୍କୁ ଧମକ ଦେବା ନେଇ ବିକ୍ରମ ପଣ୍ଡାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ପାଇଁ ତାଙ୍କୁ ଥାନାରେ ହାଜର ହୋଇ ପୋଲିସର ପଚରାଉଚରାର ସମ୍ମୁଖୀନ ହେବାକୁ କୁହାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଥାନାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା ପରେ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ପୂର୍ବରୁ ମଧ୍ୟ ବିକ୍ରମ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ, ଏବେ ସାକ୍ଷୀଙ୍କୁ ଧମକ ଅଭିଯୋଗ ମାମଲାକୁ ନୂଆ ଦିଗ ଦେଇଛି।

