INDIA Bloc Protest: ନିର୍ବାଚନ କମିଶନ ଅଭିମୁଖେ ମାର୍ଚ୍ଚ ବେଳେ ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତାଙ୍କୁ ଅଟକ ରଖିଲା ପୋଲିସ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅକ୍ଟୋବର ୬ରେ INDIA ବ୍ଲକ୍ ପକ୍ଷରୁ ‘Save Democracy’ ମାର୍ଚ୍ଚ କରାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦ ଓ ନେତାମାନେ ସଂସଦରୁ ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ମାର୍ଚ୍ଚରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା।
ମାର୍ଚ୍ଚକୁ ନୀତି ଆୟୋଗ ନିକଟରେ ପୋଲିସ ଅଟକାଇ ଦେଇଥିଲା। ଏହାପରେ ବିରୋଧୀ ନେତା ଓ ସାଂସଦମାନେ ରାସ୍ତାରେ ବସି ଧାରଣା ଦେଇଥିଲେ। ରାହୁଲ ଗାନ୍ଧୀ ଓ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ବ୍ୟାରିକେଡ୍ ଉପରକୁ ଚଢ଼ିଥିବା ଦେଖାଯାଇଥିଲା। ପରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ପୋଲିସ ଅଟକ ରଖିଥିଲା।
ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକାର Special Intensive Revision (SIR)କୁ ନେଇ ଅନିୟମିତତାର ଅଭିଯୋଗ ଉଠାଇବା ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପଟେ, ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର ସଂସଦ ଓ ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଞ୍ଚଳରେ କଡ଼ା ସୁରକ୍ଷା ଓ ବ୍ୟାରିକେଡିଂ କରାଯାଇଥିଲା।

