Salman Khan: ଫିଲ୍ମ ରିଲିଜ୍ ରୋକିବା ମାମଲାରେ ସଲମାନଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ୍
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ନେଇ ଚାଲିଥିବା ଏକ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ପ୍ରତିକ୍ରିୟା ମାଗିଛନ୍ତି। ‘କଲା ହିରଣ: ଦ ବ୍ୟାଟଲ୍ ଫର୍ ଲିଗାଲ୍’ ଫିଲ୍ମର ନିର୍ମାତା ଅମିତ ଜାନି ସଲମାନ ଖାନଙ୍କ ଦାଏର କରିଥିବା ମାମଲାରେ ଫିଲ୍ମ ରିଲିଜ୍ ରୋକିବା ପାଇଁ ଦାବି କରିଛନ୍ତି। ଏହି ଆବେଦନ ଉପରେ ଅଦାଲତ ସଲମାନଙ୍କ ପକ୍ଷରୁ ଜବାବ ମାଗିଛନ୍ତି।
ନିର୍ମାତା ଅମିତ ଜାନିଙ୍କ କହିବା ଅନୁସାରେ, ଫିଲ୍ମର କାହାଣୀ, ପ୍ରଚାର ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଏବଂ ସଲମାନ ଖାନଙ୍କ ନାଁ, ଚେହେରା କିମ୍ବା ପରିଚୟକୁ ନେଇ ଉଠିଥିବା ପ୍ରଶ୍ନ ସମ୍ପର୍କରେ ଦୁଇଟି ଅଲଗା ସ୍ଥାନରେ ମାମଲା ଚାଲିଛି। ତାଙ୍କ ଯୁକ୍ତି ହେଉଛି, ସମାନ ଘଟଣାକୁ ନେଇ ଏକାଧିକ ସ୍ଥାନରେ ଆଇନଗତ ଲଢ଼େଇ ଚାଲିବା ଠିକ୍ ନୁହେଁ। ସେଥିପାଇଁ ସଲମାନଙ୍କ ମାମଲାର ପ୍ରକ୍ରିୟାକୁ ରୋକିବାକୁ ସେ ହାଇକୋର୍ଟଙ୍କ ହସ୍ତକ୍ଷେପ ଚାହିଁଛନ୍ତି।
ଏହି ଆବେଦନ ଉପରେ ଏବେ ସଲମାନ ଖାନଙ୍କ ଜବାବ ଆସିବା ପରେ ହାଇକୋର୍ଟ ଆଗକୁ ଶୁଣାଣି କରିବେ। ଫିଲ୍ମ ରିଲିଜ୍କୁ ନେଇ ଉଠିଥିବା ଏହି ଆଇନଗତ ବିବାଦରେ ଅଦାଲତଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏବେ ନଜର ରହିଛି।

